ନୂଆଦିଲ୍ଲୀ: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଚୀନ୍ କଡ଼ା ବିରୋଧ କରିଛି। ଭାରତ ଚୀନ୍ର ଆଭ୍ୟନ୍ତରୀଣ ପ୍ରସଙ୍ଗରୁ ଦୂରେଇ ରହିବା ଉଚିତ ଏବଂ ପ୍ରତିଟି ବୟାନ ପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ଚୀନ୍ କହିଛି। ତିବ୍ବତ ସହ ଜଡ଼ିତ ପ୍ରସଙ୍ଗରେ ଭାରତ ସତର୍କତାର ସହ କାର୍ଯ୍ୟ ନକଲେ ଏହା ତିକ୍ତତା ବଢ଼ାଇବ ବୋଲି ଚୀନ୍ ଚେତାବନୀ ଦେଇଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ମନ୍ତବ୍ୟ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଚତୁର୍ଦ୍ଦଶ ଦଲାଇ ଲାମାଙ୍କ ଚୀନ୍ ବିରୋଧୀ ବିଚ୍ଛିନ୍ନତାବାଦୀ କାର୍ଯ୍ୟରୁ ଭାରତ ଦୂରେଇ ରହିବା ଉଚିତ। ଏହା ଚୀନ୍ର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଏଥିରେ କୌଣସି ହସ୍ତକ୍ଷେପ କିମ୍ବା ବୟାନବାଜି ଚୀନ୍-ଭାରତ ସମ୍ପର୍କର ଧାରାକୁ ପ୍ରଭାବିତ କରିବ ବୋଲି ନିଙ୍ଗ୍ କହିଛନ୍ତି।
ସୂଚନାଯୋଗ୍ୟ, ରିଜିଜୁ ଗୁରୁବାର କହିଥିଲେ ଯେ ପରବର୍ତ୍ତୀ ଦଲାଇ ଲାମାଙ୍କ ବିଷୟରେ ନିଷ୍ପତ୍ତି କେବଳ ଏ ବାବଦ ଅଧିକୃତ ସଂସ୍ଥା ଓ ଦଲାଇ ଲାମା ନେବେ। ଏହି ନିଷ୍ପତ୍ତିରେ ଆଉ କାହାର ସମ୍ପୃକ୍ତି ରହିବ ନାହିଁ ବୋଲି ସେ କହିଥିଲେ। ଦଲାଇ ଲାମା ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଭାରତର ଏହି ପ୍ରତିକ୍ରିୟା ଚୀନ୍ ପ୍ରତି ଉଦ୍ଦିଷ୍ଟ ଥିବାରୁ ଚୀନ୍ ଏହାକୁ ନେଇ ଆପତ୍ତି ଉଠାଇଛି। ନିକଟରେ ଦଲାଇ ଲାମା କହିଥିଲେ ଯେ ତାଙ୍କ ଅନୁଷ୍ଠାନ ପୂର୍ବଭଳି ଜାରି ରହିବ ଏବଂ ୨୦୧୫ରେ ତାଙ୍କ କାର୍ଯ୍ୟାଳୟ ଦ୍ୱାରା ଗଠିତ ଗାଡେନ୍ ଫୋରାଙ୍ଗ ଟ୍ରଷ୍ଟ ହିଁ ପରବର୍ତ୍ତୀ ଦଲାଇ ଲାମାଙ୍କୁ ସ୍ୱୀକୃତି ଦେବାର ଅଧିକାର ରଖୁଛି।
ଭାରତକୁ ଚୀନ୍ର ଚେତାବନୀ, ଆଭ୍ୟନ୍ତରୀଣ ମାମଲାରୁ ଦୂରେଇ ରୁହ
ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଚୀନ୍ କଡ଼ା ବିରୋଧ କରିଛି। ଭାରତ ଚୀନ୍ର ଆଭ୍ୟନ୍ତରୀଣ ପ୍ରସଙ୍ଗରୁ ଦୂରେଇ ରହିବା ଉଚିତ ଏବଂ ପ୍ରତିଟି ବୟାନ ପାଇଁ ସତର୍କତା ଅବଲମ୍ବନ...
/sambad/media/media_files/2025/07/05/qazxswedc-2025-07-05-06-33-00.jpg)