ବେଜିଂ : ସୋମବାର ଚୀନ୍ ଚେତାବନୀ ଦେଇଛି ଯେ ଯଦି ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରନ୍ତି, ତେବେ ଚୀନ୍ ସେନା ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ) ଚୁପ୍ ହୋଇ ବସିବ ନାହିଁ।
ସୂଚନାଯୋଗ୍ୟ ତାଇୱାନ ହେଉଛି ଏକ ସ୍ବୟଂଶାସିତ ଗଣତାନ୍ତ୍ରିକ ରାଷ୍ଟ୍ର। ମାତ୍ର ଚୀନ୍ ଏହାକୁ ନିଜର ବୋଲି ଦାବି କରିଆସୁଛି। ମାଲେସିଆ, ଦକ୍ଷିଣ କୋରିଆ ଓ ଜାପାନ ସମେତ ଚାରି ରାଷ୍ଟ୍ର ଗସ୍ତରେ ବାହାରି ପେଲୋସି ସୋମବାର ସିଙ୍ଗାପୁରରେ ପହଞ୍ଚିବା ପରେ ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଯଦି ଆମେରିକୀୟ କୂଟନୀତିଜ୍ଞ ତାଇୱାନ ଗସ୍ତ କରନ୍ତି ତେବେ ପିଏଲ୍ଏ ଚୁପ୍ ହୋଇ ବସିବ ନାହିଁ। ଚୀନ୍ ନିଜର ଅଞ୍ଚଳ ଓ ସାର୍ବଭୌମତ୍ବକୁ ରକ୍ଷା କରିବା ପାଇଁ ଦୃଢ଼ ପଦକ୍ଷେପ ନେଇପାରେ। ଆମେରିକା ତାଇୱାନର ସ୍ବାଧୀନତାକୁ ସମର୍ଥନ ନ କରୁ। ତାଇୱାନ ପ୍ରସଙ୍ଗରେ ‘ୱାନ୍-ଚାଇନା ପ୍ରିନ୍ସିପ୍ଲ’କୁ ଆମେରିକା ଗ୍ରହଣ କରିନେବା ଉଚିତ ବୋଲି ଝାଓ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/nancy-1.jpg)