ବେଜିଂ : ଚୀନ୍ର କରୋନା ସଂକ୍ରମଣ ଅତି ଭୟାବହ ରୂପ ନେଇଛି। ଏବେ ଚାଲିଥିବା ସଂକ୍ରମଣ ଲହର ସପ୍ତାହକ ମଧ୍ୟରେ ଶୀର୍ଷ ଛୁଇଁବ ବୋଲି ଗ୍ଲୋବାଲ ହେଲ୍ଥ ଇଣ୍ଟେଲିଜେନ୍ସ ସଂସ୍ଥା ‘ଏୟାରଫିନିଟି’ ରିପୋର୍ଟ କରିଛି। ଚଳିତ ସପ୍ତାହରେ ଦିନକରେ ପ୍ରାୟ ୩୭ ନିୟୁତ (୩.୭ କୋଟି) ଲୋକ କୋଭିଡ୍ ସଂକ୍ରମିତ ହୋଇପାରନ୍ତି ବୋଲି ଆକଳନ କରାଯାଇଛି। ଚୀନ୍ରେ ବର୍ତ୍ତମାନ ଚାଲିଥିବା ଲହର ଏବଂ ଜାନୁଆରିରେ ଆସିବାକୁ ଥିବା ପରବର୍ତ୍ତୀ ଲହର ବିଶ୍ବରେ କରୋନାର ସବୁ ରେକର୍ଡ ଭାଙ୍ଗିଦେବ ବୋଲି କୁହାଯାଇଛି।
୨୪ ଘଣ୍ଟାରେ ୩.୭ କୋଟି ଲୋକ ସଂକ୍ରମିତ ହେବେ
ଡିସେମ୍ବରର ପ୍ରଥମ ୨୦ ଦିନରେ ୨୪୮ ନିୟୁତ ସଂକ୍ରମିତ ହୋଇଛନ୍ତି
ଚୀନ୍ରେ ଏବେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଉଛି। ତେବେ ସରକାରୀ ଭାବେ ଏହି ରିପୋର୍ଟକୁ ସ୍ବୀକାର କରାଯାଇନାହିଁ। ବ୍ଲୁମ୍ବର୍ଗର ରିପୋର୍ଟ ମୁତାବକ ଚୀନ୍ରେ ଜାତୀୟ ସ୍ବାସ୍ଥ୍ୟ କମିସନ ବୈଠକରେ ବୁଧବାର କୁହାଯାଇଥିଲା ଯେ ଡିସେମ୍ବରର ପ୍ରଥମ ୨୦ ଦିନରେ ଅତି କମ୍ରେ ୨୪୮ ନିୟୁତ ଲୋକ ତଥା ମୋଟ ଜନସଂଖ୍ୟାର ୧୮ ପ୍ରତିଶତ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଯଦି ଏହି ଅନୁମାନ ସତ ହୁଏ ତା’ହେଲେ ଜାନୁଆରି ୨୦୨୩ରେ ଚୀନ୍ କୋଭିଡ୍ ସଂକ୍ରମଣ ଓ ମୃତ୍ୟୁରେ ନୂଆ ରେକର୍ଡର ଅପଖ୍ୟାତି ମୁଣ୍ଡାଇବ।
Poder360ଚୀନ୍ ସରକାରଙ୍କ ଜିରୋ କୋଭିଡ୍ ନୀତି ଯୋଗୁଁ ଏଭଳି ସାଂଘାତିକ ସ୍ଥିତି ଆସିଛି ଏବଂ ସଂକ୍ରମଣର ବଡ଼ ଲହର ଆଗରେ ସରକାର ଅସହାୟ ହୋଇପଡ଼ିଛନ୍ତି। ଅତି ପ୍ରବଳ ଚାପରେ ଥିବା ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ମଧ୍ୟ କର୍ତ୍ତୃପକ୍ଷ ନାକେଦମ ହୋଇଛନ୍ତି। ଚୀନ୍ର ବେଜିଂ, ସିଚୁଆନ, ହୁୱେଇ, ହୁନାନ ଏବଂ ସାଂଘାଇରେ ସ୍ଥିତି ଅତି ଖରାପ ରହିଥିବାରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ୨୫ ତାରିଖ ଦିନ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇଛନ୍ତି। ଏହି ବୈଠକରେ କୋଭିଡ୍ ମୁକାବିଲା ରଣନୀତିକୁ ଆହୁରି ବ୍ୟାପକ କରାଯିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଚୀନ୍ ସ୍ବାସ୍ଥ୍ୟ ନିୟାମକ ସଂସ୍ଥା ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/covid-china.jpg)