ପାକିସ୍ତାନକୁ ସେନା ପଠାଇବ ଚୀନ୍‌

ଇସଲାମାବାଦ : ଚୀନ୍‌ ଏହାର ବିସ୍ତାରବାଦୀ ନୀତିକୁ ଲଗାତାର ବଜାୟ ରଖିଛି। ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ସାମରିକ ଜାହାଜ ମୁତୟନ କରିଥିବା ଚୀନ୍‌ ଏବେ ପାକିସ୍ତାନକୁ ନିଜର ସେନା ପଠାଇବାକୁ ଚାହିଛି। ଚୀନ୍‌ ନିଜର ବେଲ୍ଟ୍‌ ଆଣ୍ଡ୍‌ ରୋଡ୍‌ ଲକ୍ଷ୍ୟ ଅନ୍ତର୍ଗତ ପାକିସ୍ତାନ-ଆଫଗାନିସ୍ତାନ ଅଞ୍ଚଳରେ ଗୁରୁତ୍ବପୂର୍ଣ୍ଣ ବିନିଯୋଗ କରିଛି। ଏହି ବିନିଯୋଗକୁ ସୁରକ୍ଷା ଦେବାପାଇଁ ଚୀନ୍‌ ପାକିସ୍ତାନକୁ ସେନା ପଠାଇବାକୁ ଚାହୁଛି। ପାକିସ୍ତାନ-ଆଫଗାନିସ୍ତାନ ରୁଟ୍‌ରେ ଚୀନ୍‌ ଏହାର ବିସ୍ତାରବାଦୀ ନୀତିକୁ ବଢ଼ାଇବାକୁ ଚାହିଛି। ଏହି ୨ଟି ରାଷ୍ଟ୍ରରେ ଚୀନ୍‌ ରଣନୀତିକ ବିନିଯୋଗ କରିଛି। ତେବେ ଏହି ବିନିଯୋଗକୁ ସୁରକ୍ଷା ଦେବାପାଇଁ ଚୀନ୍‌ ଏବେ ପାକିସ୍ତାନରେ ସାମରିକ ଆଉଟପୋଷ୍ଟ୍‌ ଖୋଲିବାପାଇଁ ଘୋଷଣା କରିଛି। ଚୀନ୍‌ ପାକିସ୍ତାନରେ ୬୦ ବିଲିଅନ ଡଲାରରୁ ଅଧିକ ବିନିଯୋଗ କରିଛି। କୂଟନୈତିକ ସୂଚନାନୁଯାୟୀ, ଚୀନ୍‌ ରାଷ୍ଟ୍ରଦୂତ ନଙ୍ଗ ରଙ୍ଗ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌, ବିଦେଶ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଏବଂ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବଜୱାଙ୍କ ସହ ଏହି ପ୍ରସଙ୍ଗରେ ବୈଠକ କରିଛନ୍ତି।

ସମ୍ବନ୍ଧିତ ଖବର