ବେଜିଂ: ଚୀନରେ କରୋନାର ନୂତନ ଭେରିଏଣ୍ଟ୍ ଓମିକ୍ରନ୍ ଦ୍ରୁତଗତିରେ କାୟା ବିସ୍ତାର କରି ଚାଲିଛି । ଏହାକୁ ରୋକିବା ପାଇଁ ଚୀନ ସରକାର କଠୋର କଟକଣା ଲାଗୁ କରିଛନ୍ତି ଯାହା ପାଇଁ ଚୀନର ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚୀନର ସିଆନ୍ ସହରରେ ଓମିକ୍ରନ୍ ମାମଲା ବୃଦ୍ଧି ପାଇବାରୁ ଚୀନ ସରକାର ଡିସେମ୍ବର ୨୪ରେ ସିଆନ୍ ସହରକୁ ବନ୍ଦ କରି ଦେଇଥିଲେ । ଏହା ଦ୍ଵାରା ୧ କୋଟି ୩୦ ଲକ୍ଷ ଲୋକ ଘରୁ ବାହାରି ପାରୁ ନାହାନ୍ତି । ଓମିକ୍ରନ୍ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ଵାରେଣ୍ଟାଇନରେ ରଖାଯାଉଛି ।

Advertisment

କ୍ଵାରେଣ୍ଟାଇନ୍ ଯୋଗୁଁ ଲୋକମାନେ ଘରୁ ବାହାରି ନପାରି ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀ ଆଣି ପାରୁ ନାହାନ୍ତି । ପ୍ରଶାସନ କିମ୍ବା ଅନ୍ୟ ସଂସ୍ଥା ବି ସେମାନଙ୍କୁ ସାହାଯ୍ୟ କରୁନାହାନ୍ତି । ଲୋକମାନେ ବାଧ୍ୟ ହୋଇ ସୋସିଆଲ୍ ମିଡିଆରେ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । କିଛି ସୁବିଧାବାଦୀ ଏହାର ଭରପୁର ଫାଇଦା ଉଠାଉଛନ୍ତି ।

publive-image

ସେମାନେ କ୍ଵାରେଣ୍ଟାଇନରେ ଥିବା ଲୋକଙ୍କୁ ମହଙ୍ଗା ଦରରେ ଚାଉଳ ଓ ପନିପରିବା ବିକ୍ରି କରୁଛନ୍ତି । ଯେଉଁମାନଙ୍କ ପାଖରେ ଅର୍ଥ ନାହିଁ ସେମାନେ ଖାଦ୍ୟ ପାଇଁ ନିଜ ଗ୍ୟାଜେଟ୍ ଗୁଡିକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ଲୋକମାନେ ନିଜର ମହଙ୍ଗା ସାମଗ୍ରୀ ବଦଳରେ ପନିପରିବା, ନୁଡୁଲ୍ସ୍, କେକ୍, ପାଉଁରୁଟି, ସାନିଟାରି ପ୍ୟାଡ୍, ସିଗାରେଟ୍ ଇତ୍ୟାଦି କିଣିବାକୁ ବାଧ୍ୟ ହେଉଛନ୍ତି । ରିପୋର୍ଟ ଅନୁସାରେ,ଜଣେ ଲୋକ ଚାଉଳ ପ୍ୟାକେଟ ପାଇଁ କିଣିବା ପାଇଁ ନିଜ ସ୍ମାର୍ଟଓ୍ଵାଚ୍ ବିକ୍ରି କରି ଦେଇଛନ୍ତି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି ଆଦିମ ଯୁଗକୁ ଫେରିଯିବା ପରି ସ୍ଥିତି ଏବେ ହୋଇଛି, ସେତେବେଳେ କିଛି ଆଶାବାଦୀ ଥିଲେ ଏବେ କେବଳ ସୁବିଧାବାଦୀ ଅଛନ୍ତି ।