ସ୍ୱୀମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଆଇନ୍‌ ଛାତ୍ରୀ ବଳପୂର୍ବକ ଅର୍ଥ ଆଦାୟ ଅଭିଯୋଗରେ ଗିରଫ, ୧୪ ଦିନ ପାଇଁ ଜେଲ ଗଲେ

ଲକ୍ଷ୍ନୌ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଆଇନ୍‌ ଛାତ୍ରୀଙ୍କୁ ଆଜି ପୂର୍ବାହ୍ନରେ ଏସ୍‌ଆଇଟି୍‌ ଗିରଫ କରି ୧୪ ଦିନ ପାଇଁ ଜେଲକୁ ପଠାଇଦେବା ପରେ ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆଗତ ଦୁଷ୍କର୍ମ ଅଭିଯୋଗର ତଦନ୍ତ ପାଇଁ ଗଠିତ ହୋଇଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଆଜି, ଦୁଷ୍କର୍ମ ଅଭିଯୋଗ ଆଣିଥିବା ଆଇନ୍‌ ଛାତ୍ରୀଙ୍କୁ ବଳପୂର୍ବକ  ୫ କୋଟି ଟଙ୍କା ଆଦାୟ କରିବା ଓ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ବ୍ଲାକ୍‌ମେଲ୍‌ କରିବା ଅଭିଯୋଗରେ ଆଜି ସକାଳୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ପରେ ଗିରଫ ଆଇନ୍‌ ଛାତ୍ରୀଙ୍କର ଡାକ୍ତରୀ ପରୀକ୍ଷା କରାଯିବା ପରେ ଏସ୍‌ଆଇଟି ତାଙ୍କୁ ଲକ୍ଷ୍ନୌର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଏକ ଅଦାଲତରେ ହାଜର କରାଯାଇଥିଲା। ପରେ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ଗିରଫ ଆଇନ୍‌ ଛାତ୍ରୀଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ (ଜେଲ୍‌)କୁ ପଠାଇ ଦେବା ପାଇଁ ଏସ୍‌ଆଇଟିକୁ ନିର୍ଦ୍ଦେଶ ଦେଇଥିଲେ।

NDTV

ଅନ୍ୟପକ୍ଷରେ ଆଇନ୍‌ ଛାତ୍ରୀଙ୍କୁ ଆଜି ସକାଳେ ଗିରଫ କଲାବେଳେ ଏସ୍‌ଆଇଟି ଅଧିକାରୀମାନେ ତାଙ୍କୁ ମାରପିଟ୍‌ କରିବା ସହ ଚପଲ ପିନ୍ଧିବାକୁ ମଧ୍ୟ ସୁଯୋଗ ଦେଇ ନଥିବା ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର