ଭାରତ, ତାଇୱାନ ବିରୋଧରେ ଚୀନ୍‌ର ଆକ୍ରମଣାତ୍ମକ ଆଭିମୁଖ୍ୟ ଅଗ୍ରହଣୀୟ : ଆମେରିକା

ନୂଆଦିଲ୍ଲୀ : ଭାରତ ଏବଂ ତାଇୱାନ ବିରୋଧରେ ଚୀନ୍‌ର ଆକ୍ରମଣାତ୍ମକ ଆଭିମୁଖ୍ୟ ଅଗ୍ରହଣୀୟ ବୋଲି ଆମେରିକାର କିଛି ସିନେଟର ଆମେରିକାର ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ କହିଛନ୍ତି। ଫ୍ଲୋରିଡାରୁ ମାକ୍ରୋ ରୁବିଓଙ୍କ ନେତୃତ୍ବରେ ସିନେଟରମାନେ ବିଦେଶ ସଚିବ ବ୍ଲିଙ୍କେନ୍‌ଙ୍କ ନିକଟକୁ ଏକ ଚିଠି ଲେଖି ଏହା ଜଣାଇଛନ୍ତି। ୨୦୧୮ ପରେ ପ୍ରଥମ ଆମେରିକୀୟ କୂଟନେତା ଭାବେ ବ୍ଲିଙ୍କେନ୍‌ ଆଗକୁ ଚୀନ୍‌ ଗସ୍ତରେ ଯିବାର ଥିବାରୁ ଏହା ପୂର୍ବରୁ ଆମେରିକା ସିନେଟରମାନେ ଭାରତ ଏବଂ ତାଇୱାନ୍‌ ବିରୋଧରେ ଚୀନ୍‌ର ଆକ୍ରମଣାତ୍ମକ ଆଭିମୁଖ୍ୟ ସଂକ୍ରାନ୍ତରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର