ଚୀନର ଭୟ, ତା ସୈନିକମାନେ ଅଳସୁଆ ହୋଇଗଲେଣି, ଯୁଦ୍ଧ ଲଢିବାକୁ ଚାହୁଁନାହାନ୍ତି

ବେଜିଂ : ଚୀନ ଏବେ ବିଶ୍ୱର ଏକ ଉଦୀୟମାନ ସୁପରପାଓ୍ଵାର । ଉଭୟ ସାମରିକ ଓ ଅର୍ଥନୈତିକ ଶକ୍ତିରେ ଏହି ଦେଶ ବେଶ ଶକ୍ତିଶାଳୀ ହୋଇପାରିଛି । ଚୀନ ପାଖରେ ରହିଛି ବିଶ୍ୱର ସବୁଠୁ ବଡ଼ ସେନା । ତଥାପି ଭିତରେ ଭିତରେ ଚୀନକୁ ଭୟ ଲାଗୁଛି । ଏହାର କାରଣ ହେଉଛି ଚୀନ ଭାବୁଛି ଯେ ତାହାର ସୈନିକମାନେ ଅଳସୁଆ ହୋଇଗଲେଣି । ସେମାନଙ୍କ ଠାରେ ‘ଶାନ୍ତି’ ରୋଗ ଦେଖାଦେଇଛି । ସେମାନଙ୍କର ଯୁଦ୍ଧ ଅଭିଜ୍ଞତା ନାହିଁ । ସତରେ ଯୁଦ୍ଧ ହେଲେ ଲଢିପାରିବେ କି ନାହିଁ ତାହା ସଂଦେହ । ଏ ନେଇ ଚୀନ ସେନାର ମୁଖପତ୍ରରେ ଏକ ସଂପାଦକୀୟ ପ୍ରକାଶ ପାଇଛି । ଯୁଦ୍ଧ ନ କରି ଶାନ୍ତିରେ ରହିବାକୁ ଚାହୁଁଥିବା ଯବାନ ମାନଙ୍କୁ ଆହୁରି କଠିନ ତାଲିମ ଦେବାକୁ ନିଷ୍ପତ୍ତି ନେଇଛି ଚୀନ ।

ତୁଳନା କଲେ ଭାରତୀୟ ସେନା ଚୀନଠାରୁ ବେଶ ଆଗୁଆ ରହିବ । ଏହାର କାରଣ ହେଉଛି, ବିଳମ୍ବରେ ହେଲେ ମଧ୍ୟ ଭାରତ ନିଜ ସେନାର ଆଧୁନୀକିକରଣ ଆରମ୍ଭ କରିଛି । ଏହାର ଆଉ ଏକ କାରଣ ହେଉଛି ଭାରତୀୟ ସେନାର ଲଢୁଆ ଅଭିଜ୍ଞତା । ଚୀନସେନା ଗତ ୧୯୭୯ରେ ହେଇଥିବା ଭିଏତନାମ ଯୁଦ୍ଧ ପରଠାରୁ କୌଣସି ଯୁଦ୍ଧ ଲଢିନାହିଁ । ଏଣୁ ଗତ ୪୦ ବର୍ଷ ମଧ୍ୟରେ ଚୀନ ସେନାର ପ୍ରକୃତ ଯୁଦ୍ଧ ଅଭିଜ୍ଞତା ନାହିଁ । କିନ୍ତୁ ଭାରତୀୟ ସେନା ପ୍ରାୟ ପ୍ରତିଦିନ ଯୁଦ୍ଧ ଲଢୁଛି । କାଶ୍ମୀର ଓ ଉତ୍ତରପୂର୍ବ ରାଜ୍ୟରେ ଭାରତୀୟ ସେନା ବର୍ଷ ବର୍ଷ ଧରି ଲଢି ଏକ ଦୂର୍ଦ୍ଦାନ୍ତ ଲଢୁଆ ସେନାରେ ପରିଣତ ହୋଇଛି ।

ସମ୍ବନ୍ଧିତ ଖବର