କରୋନାଭାଇରସର ଉତ୍ପତ୍ତିସ୍ଥଳ ଊହାନରୁ ଉଠିଲା ୭୬ଦିନିଆ ଲକଡାଉନ୍

ଊହାନ୍: କରୋନାଭାଇରସର ଉତ୍ପତ୍ତିସ୍ଥଳ ଊହାନରୁ ୧୧ ସପ୍ତାହ ଲକଡାଉନ୍ ଉଠିବା ପରେ ବୁଧବାର ସକାଳୁ ପ୍ରଥମ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି । କେନ୍ଦ୍ରୀୟ ଚୀନର ଏହି ସହର ମଧ୍ୟକୁ ଓ ବାହାରକୁ ଯାତ୍ରା କରିବାକୁ ନାଗରିକମାନଙ୍କୁ ଅନୁମତି ମିଳିଛି ।

କରୋନାଭାଇରସ୍ ସଂକ୍ରମଣ ଦମନ କରିବାକୁ ଊହାନରେ ଜାରି ହୋଇଥିବା ଅଭୂତପୂର୍ବ ଲକଡାଉନ ସମଗ୍ର ବିଶ୍ୱର ବିଭିନ୍ନ ଦେଶ ପାଇଁ ଆଦର୍ଶ ପାଲଟିଛି । ହୁବେଇ ପ୍ରଦେଶର ରାଜଧାନୀ ଊହାନରୁ କଟକଣା ଉଠିଯିବା ପରେ ଏଠାରେ ଆଉ ଏକ ଚାଲେଞ୍ଜ ସାମ୍ନାକୁ ଆସିଛି । ନୂଆ ସଂକ୍ରମଣ ସଂଖ୍ୟା ଯଥା ସମ୍ଭବ କମ୍ ରଖି ପୁଣି ଥରେ ବାଣିଜ୍ୟ ଓ ସାଧାରଣ ଜୀବନଯାପନ ସ୍ୱାଭାବିକ କରିବା ହେଉଛି ଏହି ଚାଲେଞ୍ଜ ।

Image Source: Business Insider

ବୁଧବାର ମଧ୍ୟରାତ୍ରୀ ପରେ ଊହାନ୍ ସହରର ୧୧ ନିୟୁତ ଜନତାକୁ ଅବାଧରେ ଜୀବନଯାପନ କରିବାକୁ ଅନୁମତି ମିଳିଛି । ଏଥିପାଇଁ ପ୍ରଶସ୍ତ ୟାଙ୍ଗଜେ ନଦୀର ଦୁଇପାରିରେ “ଲାଇଟ୍ ସୋ’ ଆୟୋଜିତ ହୋଇଥିଲା । ନଭଶ୍ଚୁମ୍ଭୀ ଅଟ୍ଟାଳିକା ଏବଂ ପୋଲ ଉପରେ ରୋଗୀମାନଙ୍କୁ ସହାୟତା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଚିତ୍ର ଆନିମେଟ୍ କରାଯାଇ ପ୍ରଦର୍ଶିତ ହୋଇଥିଲା । ନାଗରିକମାନେ ଊହାନ ମୁକ୍ତ ବୋଲି କହି ପତାକା ହଲାଇ ଥିଲେ । ଏହା ସହ ଚୀନର ଜାତୀୟ ସଙ୍ଗୀତ ମଧ୍ୟ ଗାନ କରାଯାଇଥିଲା । କିନ୍ତୁ, ଏହି ଜନତା ସୁସ୍ଥ ରହୁଛନ୍ତି କି, ପୁଣି ଥରେ ସଂକ୍ରମଣର ଶିକାର ହେଉଛନ୍ତି ତାହା ଅନୁଧ୍ୟାନ କରିବା ନିମନ୍ତେ ଡାଟାଟ୍ରାକିଙ୍ଗ୍ ସ୍ମାର୍ଟ ଫୋନ୍ ଏବଂ ସରକାରୀ ସର୍ଭିଲେନସ୍ ଜାରି ରହିଛି ।

ସମ୍ବନ୍ଧିତ ଖବର