ଭାରତୀୟ ଗଣମାଧ୍ୟମ ଉପରେ ଚୀନ୍‌ର କଟକଣାକୁ ତାଇୱାନର ଭର୍ତ୍ସନା

ନୂଆଦିଲ୍ଲୀ: ତାଇୱାନ ଜାତୀୟ ଦିବସ ସମ୍ପର୍କରେ ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବିଜ୍ଞାପନକୁ ନେଇ ଚୀନ୍‌ ଖପ୍ପା ହୋଇଛି। ଏ ନେଇ ଚୀନ୍‌ ଦୂତାବାସ କେତେକ ଭାରତୀୟ ଗଣମାଧ୍ୟମ ଉପରେ କଟକଣା ଲଗାଇଛି। ତେବେ ଭାରତୀୟ ଗଣମାଧ୍ୟମ ଉପରେ ଚୀନ୍‌ର ଏଭଳି କଟକଣାକୁ ତାଇୱାନ ଭର୍ତ୍ସନା କରିଛି। ଭାରତ ଭଳି ଏକ ବିଶାଳ ଗଣତାନ୍ତ୍ରିକ ଏବଂ ସ୍ବାଧୀନ ପ୍ରେସ୍‌ ଥିବା ରାଷ୍ଟ୍ର ପ୍ରତି ଚୀନ୍‌ କମ୍ୟୁନିଷ୍ଟ ସରକାରଙ୍କ ଏଭଳି ଆଭିମୁଖ୍ୟ କଦାପି ଗ୍ରହଣୀୟ ନୁହେଁ ବୋଲି ତାଇୱାନ ବିଦେଶ ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର