ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ସହାୟତା କରିଥିଲା ଚୀନ । ପାକିସ୍ତାନ ଆର୍ମିକୁ ବେଜିଂ ନିଜ ସାଟେଲାଇଟ୍ ସୁବିଧା ପ୍ରଦାନ କରିଥିଲା । ଚୀନର ବେଇଡୁ ସାଟେଲାଇଟ୍ ସିଷ୍ଟମର ବିନିଯୋଗ କରିଥିଲା ପାକିସ୍ତାନ । ଭାରତ ଆକ୍ରମଣରେ ଲାହୋରରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିବା ପରେ ଚୀନ ପାକିସ୍ତାନକୁ ସହାୟତା କରିଥିଲା ।
ଭାରତୀୟ ସେନା ପାକିସ୍ତାନର ୮ ଏୟାରବେସକୁ ଟାର୍ଗେଟ କରି ନଷ୍ଟ କରିଦେବା ପରେ ଚୀନ ସାଟେଲାଇଟ୍ ଜରିଆରେ ଭାରତର ଗତିବିଧି ଉପରେ ନଜର ରଖିଥିଲା ପାକିସ୍ତାନ । ଏହାପରେ ମେ ୧୬ ତାରିଖରେ ପାକିସ୍ତାନ ଏବଂ ଚୀନର ମିଲିଟାରି ଅଧିକାରୀ ସ୍ତରରେ ଆଲୋଚନା ହୋଇଥିଲା । ଏଥିରେ ଚୀନର ବେଇଡୁ ସାଟେଲାଇଟ୍ ସିଷ୍ଟମର ବିନିଯୋଗ କରିବାକୁ ପାକିସ୍ତାନକୁ ଅନୁମତି ଦେଇଛନ୍ତି ଜିନପିଙ୍ଗ ।
ଅପରେସନ ସିନ୍ଦୂର ସମୟରେ ଚୀନ ସାଟେଲାଇଟ ସୁବିଧା ପାକିସ୍ତାନକୁ ଦେଇଥିଲା। ଏହା ସତ୍ବେ ବି ପାକିସ୍ତାନ ସେନାକୁ ହାରର ସାମ୍ନା କରିବାକୁ ପଡିଥିଲା । ଭାରତୀୟ ସେନା ଘରୋଇ ଅସ୍ତ୍ରଶସ୍ତ୍ରରେ ଚୀନ ନିର୍ମିତ ଜେଟ ଏବଂ ମିଶାଇଲକୁ ଧ୍ବଂସ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନ ଦ୍ବାରା କରାଯାଇଥିବା ଡ୍ରୋନ ଏବଂ ମିସାଇଲ ଆକ୍ରମଣକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ଖସାଇବାରେ ସକ୍ଷମ ହୋଇଥିଲା। ଭାରତ ଏହି ସୟମରେ ୧୦ଟି ସାଟେଲାଇନ ଜରିଆରେ ପାକିସ୍ତାନର ଗତିବିଧି ଉପରେ ନଜର ରଖିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/23/3HOnkUINZovOTaVyihXh.jpg)