ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରଠାରୁ ଚୀନ୍ର ଭୟ ବଢ଼ିବାରେ ଲାଗିଛି। ଚୀନ୍ର ସବୁଠାରୁ ବଡ ଭୟ ହେଉଛି ବାଣିଜ୍ୟ। ଜାନୁଆରୀରେ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ଟ୍ରମ୍ପ ଚୀନ୍ ଉପରେ ଲାଗୁ ହୋଇଥିବା ଶୁଳ୍କ ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଏହା ଘଟେ, ତେବେ ଧୀର ଅର୍ଥନୈତିକ ଅଭିବୃଦ୍ଧିରେ ପୀଡିତ ଚୀନ୍ ପାଇଁ ଏହା ଏକ ବଡ ଝଟକା ହେବ।
ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ଏଡାଇବା ପାଇଁ ଚୀନ୍ ନିକଟରେ ଆଉ ଏକ ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଦେଶର ଅର୍ଥନୀତିକୁ ବୃଦ୍ଧି କରିବା। କିନ୍ତୁ ବିଶେଷଜ୍ଞମାନଙ୍କ ଅନୁସାରେ ଚୀନ୍ର ସମସ୍ତ ଅର୍ଥନୈତିକ ପ୍ୟାକେ ଜ୍ଗୁଡ଼ିକ ବୃଥା ହୋଇଛି। ଏହାର କୌଣସି ଲାଭ ହେବ ନାହିଁ।
ଟ୍ରମ୍ପଙ୍କ ଚାପ ହ୍ରାସ କରିବାକୁ ଚୀନ୍ ଭୟରେ ଏବେ ଭାରତର ନିକଟତର ହେବାରେ ଲାଗିଛି। ଏଥିପାଇଁ ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ସରକାର ଭାରତ ସହ ସମ୍ପର୍କକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛନ୍ତି।
ଆମେରିକା ପକ୍ଷରୁ ଆସିବାକୁଥିବା ଟ୍ରମ୍ପ ପ୍ରଶାସନର ଚାପକୁ ହ୍ରାସ କରିବାକୁ ଚୀନ୍ ବର୍ତ୍ତମାନ ଭାରତ ସହ ସମ୍ପର୍କକୁ ସୁଦୃଢ଼ କରିବାକୁ ପ୍ରୟାସ ଆରମ୍ଭ କରିଛି। ଆମେରିକା-ଇଣ୍ଡିଆ ଷ୍ଟ୍ରାଟେଜିକ୍ ଆଣ୍ଡ ପାର୍ଟନରସିପ୍ ଫୋରମ୍ର ସଭାପତି ମୁକେଶ ଆଗୀ ଏହା କହିଛନ୍ତି।
ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ଚାଇନାର ସାମଗ୍ରୀ ଉପରେ ୬୦ ପ୍ରତିଶତ ଏବଂ ଅନ୍ୟଦେଶରୁ ଆମେରିକୀୟ ଆମଦାନୀ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ପ୍ରସ୍ତାବ ଦେଇଥିଲେ ବୋଲି ମୁକେଶ ଆଗୀ କହିଛନ୍ତି। ତେଣୁ ଟ୍ରମ୍ପ ପ୍ରଶାସନର ଆଗମନର ପ୍ରାରମ୍ଭିକ ପ୍ରଭାବ ଦେଖିବାକୁ ମିଳିଛି। ଯାହା ଦ୍ବାରା ଭାରତ ସହ ନିଜର କାରବାରକୁ ବୃଦ୍ଧି କରିବାକୁ ଚୀନ୍ ଉପରେ ଚାପ ସୃଷ୍ଟି ହୋଇଛି। ତେଣୁ ସୀମା ପାଟ୍ରୋଲିଂ ଉପରେ ଏକ ଚୁକ୍ତି ହୋଇଛି। ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଉପରେ ଚୁକ୍ତି ହୋଇଛି।
ଚୀନ୍ର ମନୋଭାବ ଆଗାମୀ ସମୟରେ ଆହୁରି ହ୍ରାସ ପାଇବାର ଆଶା ରହିଛି। ଆଗି କହିଛନ୍ତି ଯେ ଟ୍ରମ୍ପଙ୍କ ବିଜୟ ଭାରତ-ଚୀନ୍ ସମ୍ପର୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଛି। ଆଗାମୀ ସମୟରେ ଚାଇନା ଆଉ କିଛି ନରମ ମନୋଭାବ ଦେଖାଇପାରେ। ଏଥି ସହିତ ଚୀନ୍ ବାସୀଙ୍କ ପାଇଁ ଭାରତ ଦ୍ୱାରା ଅଧିକ ଭିସା ପ୍ରଦାନ କରାଯିବ।
ଆଗି କହିଛନ୍ତି, ଆମେରିକାର ନୂତନ ପ୍ରଶାସନ ଉତ୍ପାଦନକୁ ଚୀନ୍ ଠାରୁ ଦୂରେଇ ନେଇ ଆମେରିକାରେ ଚାକିରି ସୃଷ୍ଟି କରିବାକୁ ଯୋଜନା କରୁଛି। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର କଂଗ୍ରେସ କମିଟି ଚୀନ୍ ସହିତ ବାଣିଜ୍ୟ ସମ୍ପର୍କକୁ କଡାକଡି କରିବାକୁ ପରାମର୍ଶ ଦେଇଛି।
ଅଧିକ ପଢ଼ନ୍ତୁ: ବାଙ୍କେ ବିହାରିଙ୍କ ଦର୍ଶନ ପରେ ଉଡ଼ିଗଲା ଭକ୍ତଙ୍କ ପ୍ରାଣବାୟୁ
ପ୍ରାୟ ୨୫ବର୍ଷ ପୁରୁଣା ନିଷ୍ପତ୍ତିକୁ ବାତିଲ କରିବାକୁ ଆମେରିକା ଚିନ୍ତା କରୁଛି। ଯାହା ଚୀନ୍ର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିରେ ସାହାଯ୍ୟ କରିଛି ଏବଂ ଆମେରିକାର ଅନେକ ଲୋକ ବର୍ତ୍ତମାନ ଆମେରିକାର ସ୍ୱାର୍ଥ ପାଇଁ ଏହା କ୍ଷତିକାରକ ବୋଲି ବିବେଚନା କରୁଛନ୍ତି।
ଆମେରିକା-ଚୀନ୍ ଅର୍ଥନୈତିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ ପ୍ରଥମ ଥର ପାଇଁ କଂଗ୍ରେସକୁ ଦେଇଥିବା ନଅ ପୃଷ୍ଠାର ବାର୍ଷିକ ରିପୋର୍ଟରେ ଚୀନ୍ ସହିତ ସ୍ଥାୟୀ ସାଧାରଣ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବାକୁ ଆହ୍ବାନ ଦେଇଛି। ଫଳରେ ଟ୍ରମ୍ପ ପ୍ରଶାସନ ଅଧୀନରେ ଚୀନ୍ ସହିତ ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।
ଅଧିକ ପଢ଼ନ୍ତୁ: ଏଥିପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସର ଭାଇ ଅନମୋଲକୁ ଗିରଫ କଲା ଆମେରିକା ପୁଲିସ