ବେଜିଂ: ଚୀନ୍ର ସବୁଠାରୁ ଅଗ୍ରଣୀ ଟିକା ନିର୍ମାତା ‘ଚାଇନା ନ୍ୟାସନାଲ ଫାର୍ମାସ୍ୟୁଟିକାଲ ଗ୍ରୁପ୍’ (ସିନୋଫାର୍ମ) ଦ୍ବାରା ପ୍ରସ୍ତୁତ କୋଭିଡ ଟିକା ଏବେ ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ ରହିଛି। ଏ ସଂକ୍ରାନ୍ତ ଚୂଡ଼ାନ୍ତ ଅନୁମୋଦନ ପାଇଁ ନିର୍ମାତାଙ୍କ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି ଏବଂ ଜାନୁଆରି ସୁଦ୍ଧା ଏହାର ସାର୍ବଜନୀନ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଏହି ଟିକାର ସମସ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସଫଳତାର ସହ ସଂପୂର୍ଣ୍ଣ ହୋଇଥିବା ବେଳେ ଏହାର ସଫଳତା ହାର ୯୫ ପ୍ରତିଶତ ବୋଲି ଦାବି କରାଯାଇଛି । ଚୀନ୍ ସମେତ ୟୁଏଇରେ ଏହି ଟିକାର ବ୍ୟାପକ ପରୀକ୍ଷଣ ହୋଇଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଂକ୍ରାନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି ଏବଂ ଏବେ ଏହି ଟିକା ଯଥାଶୀଘ୍ର ବଜାରରେ ଉପଲବ୍ଧ କରାଇବାକୁ ସରକାରଙ୍କ ଅନୁମତି ଲୋଡ଼ାଯାଇଛି ବୋଲି ସିନୋଫାର୍ମର ମହାପ୍ରବନ୍ଧକ ସି ସେଙ୍ଗି କହିଛନ୍ତି। ଚୀନ୍ କର୍ତ୍ତୃପକ୍ଷ ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଗତ ଜୁଲାଇରୁ ଅନୁମତି ଦେଇସାରିଛନ୍ତି।
ଚୀନ୍ର ଅଗ୍ରଣୀ କୋଭିଡା ଟିକା ବଜାର ପ୍ରବେଶ ପାଇଁ ପ୍ରସ୍ତୁତ, ସରକାରଙ୍କ ଅନୁମତି ଲୋଡ଼ିଲେ ନିର୍ମାତା
/sambad/media/post_attachments/wp-content/uploads/2020/11/covid19-vaccine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)