ପାକିସ୍ତାନରେ ନୌସେନା ଘାଟି ନିର୍ମାଣ କରୁଛି ଚୀନ, ସାଟେଲାଇଟ ଚିତ୍ରରୁ ବିଶେଷଜ୍ଞଙ୍କ ସଂଦେହ

ନୂଆଦିଲ୍ଲୀ : ଚୀନ ପାକିସ୍ତାନର ଗ୍ବାଦର ବନ୍ଦରକୁ ବାଣିଜ୍ୟିକ ଉଦ୍ଦେଶ୍ୟ  ଉଦ୍ଦେଶ୍ୟ  ପାଇଁ ଉପଯୋଗ କରୁଥିବା କହୁଥିଲେ ମଧ୍ୟ ଏହା ଯେ ସାମରିକ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ ତାହା ପୂର୍ବରୁ ସଂଦେହ କରାଯାଉଥିଲା । ଏବେ ଏହି ସଂଦେହ ଧୀରେ ଧୀରେ ସତ ବୋଲି ପ୍ରମାଣିତ ହେବାରେ ଲାଗିଛି ।

ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶ ସ୍ଥିତ ଗ୍ବାଦର ବନ୍ଦର ନିକଟରେ କେତେକ ହାଇ ସିକ୍ୟୁରିଟି ଜୋନ ନିର୍ମାଣ କରିଛି । ଏହି ଜୋନଗୁଡ଼ିକ ଚାରିପଟେ  ଉଚ୍ଚପ୍ରାଚୀର ରହିଛି ଓ ଏହାକୁ ଚାରିପଟୁ ସଶସ୍ତ୍ର ଗାର୍ଡ ସୁରକ୍ଷା ଦେଉଛନ୍ତି । ଏହା ଭିତରେ ନାଭାଲ ବେସ ପାଇଁ କାମ ଚାଲୁଥିବା ବିଶେଷଜ୍ଞମାନେ ସଂଦେହ କରୁଛନ୍ତି ।  ଏସବୁ ଜୋନଗୁଡ଼ିକୁ ଚାଇନା କମୁନିକେସନ୍ସ କନଷ୍ଟ୍ରକ୍ସନ କମ୍ପାନି (ସିସିସିସି)କୁ ଦିଆଯାଇଥିବା କୁହାଯାଉଥିବାବେଳେ ଏହାକୁ ଚୀନ ନୌସେନା ନିଜ ଅକ୍ତିଆରରେ ରଖିଥିବା ଜଣାଯାଇଛି । ଏହି ଅଂଚଳ ନିକଟରେ ନୀଳ ରଙ୍ଗର ଛାତ ଥିବା କେତେକ ଘର ଦେଖିବାକୁ ମିଳୁଛି । ସେଗୁଡ଼ିକ ଚୀନ ନୌସେନାର ଯବାନ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସଂଦେହ କରାଯାଉଛି ।

ପାକିସ୍ତାନରେ ନୌସେନା ଘାଟି ନିର୍ମାଣ କରି ଚୀନ ଗୋଟିଏ ପଟେ ଭାରତକୁ ଘେରିବାକୁ ଚକ୍ରାନ୍ତ କରୁଥିବାବେଳେ     ଅନ୍ୟପଟେ ଭାରତ ମହାସାଗରରେ ନିଜର ସ୍ଥିତିକୁ  ସୁଦୃଢ କରିବାକୁ  ଲକ୍ଷ୍ୟରଖିଛି । ଆହୁରି ମଧ୍ୟ ଏହି ବନ୍ଦ ଦ୍ବାରା ଆରବ ଜଗତ ସହ ଚୀନ ସିଧାସଳଖ ଯୋଗାଯୋଗ କରିପାରିବ । କିନ୍ତୁ ଭାରତ ପାଇଁ ଚୀନର ଏହି ଯୋଜନା ଚିନ୍ତାର ବିଷୟ ହୋଇଛି ।

ସମ୍ବନ୍ଧିତ ଖବର