ବେଜିଙ୍ଗ୍: ଆଜି ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ତୃତୀୟ ଥର କମ୍ୟୁନିଷ୍ଟ୍ ପାର୍ଟିର ସାଧାରଣ ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଆଗାମୀ ୫ ବର୍ଷ ନିମନ୍ତେ ସେ ଏହି ଦାୟିତ୍ବ ତୁଲାଇବେ।
ଦଳ ଉପରେ ସି’ ଜିନ୍ପିଙ୍ଗ୍ଙ୍କ ଆଧିପତ୍ୟ ସୁଦୃଢ଼ କରାଇ ଶନିବାର ଦିନ ଚୀନା କମ୍ୟୁନିଷ୍ଟ୍ ପାର୍ଟିର ମହାସଭା ଶେଷ ହୋଇଥିଲା। ଦଳର ସଂସ୍ଥାପକ ମାଓ ଜେଡୋଙ୍ଗ୍ଙ୍କ ପରେ ୬୯ ବର୍ଷିୟ ସି’ ହେଉଛନ୍ତି ସବୁଠୁ କ୍ଷମତାଶୀଳ ନେତା।
୧୦ ବର୍ଷ କାର୍ଯ୍ୟକାଳ ପୂରଣ କରିବା ସହ ଔପଚାରିକ ଅବସର ଗ୍ରହଣ ବୟସ ୬୮ ବର୍ଷ ଅତିକ୍ରାନ୍ତ କରି ସାରିଥିଲେ ସୁଦ୍ଧା ସେ ଦିନକ ପୂର୍ବରୁ ମହାସଭାରେ ଶକ୍ତିଶାଳୀ କେନ୍ଦ୍ରୀୟ କମିଟିକୁ ନିର୍ବାଚିତ ହୋଇଥିଲେ।
/sambad/media/post_attachments/wp-content/uploads/2022/10/xi1-1-1024x682.jpg)
ଏହାଛଡ଼ା, ଦେଶ ଶାସନ ନିମନ୍ତେ ‘ଷ୍ଟାଣ୍ଡିଙ୍ଗ୍ କମିଟି’ ସଦସ୍ୟ ଚୟନ କରୁଥିବା ୨୫ ସଦସ୍ୟବିଶିଷ୍ଟ ‘ପଲିଟିକାଲ୍ ବ୍ୟୁରୋ’କୁ ମଧ୍ୟ ‘ସେଣ୍ଟ୍ରାଲ୍ କମିଟି’ର ସଦସ୍ୟମାନେ ନିର୍ବାଚିତ କରିଥିଲେ।
ଶନିବାର ଦିନ ୨୦ଶ ମହାସଭା ସମାବର୍ତ୍ତନରେ ଦେଇଥିବା ସଂକ୍ଷିପ୍ତ ମନ୍ତବ୍ୟରେ ସି’ କହିଛନ୍ତି ଯେ, ଦଳର ସାମଗ୍ରିକ ନେତୃତ୍ବକୁ ବଜାୟ ରଖିବା ଓ ସୁଦୃଢ଼ କରିବାର ଆବଶ୍ୟକତା ଅଛି ବୋଲି ସମ୍ବିଧାନ ସଂଶୋଧନ ସୂଚନା ଦେଉଛି।
ସଂଗ୍ରାମ କରିବାର ଦୁଃସାହସ କର, ଜିଣିବାକୁ ଦୁଃସାହସ କର, ଅପ୍ରୀତିକର ବିଷୟ ଚିନ୍ତା ନ କରି କଠିନ ଶ୍ରମ କର। ଅଗ୍ରଗତି ବଜାୟ ରଖିବାକୁ ପ୍ରତିବଦ୍ଧ ହୁଅ ବୋଲି ସେ କହିଛନ୍ତି।