ପୁଣି ବର୍ଷିଲେ ଟ୍ରମ୍ପ: ଚୀନ କରୋନା ଭୂତାଣୁ ବିଷୟରେ ଲୁଚାଇବାରୁ ଏହା ସମଗ୍ର ବିଶ୍ୱରେ ବ୍ୟାପିଗଲା

ନୂଆଦିଲ୍ଲୀ: ଆଜି ଆମେରିକା ୨୪୪ତମ ସ୍ୱାଧୀନତା ଦିବସ ପାଳନ କରୁଛି | କରୋନା ଭୂତାଣୁ ପାଇଁ ଦେଶରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଉନଥିଲେ ମଧ୍ୟ ଦେଶବାସୀଙ୍କୁ ଅନଲାଇନରେ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ | ଦେଶର ୨୪୪ତମ ସ୍ୱାଧୀନତା ଦିବସରେ ଦ୍ୱିତୀୟ ” ସାଲ୍ୟୁଟ୍ ଟୁ ଆମେରିକା ” ରାଲିକୁ ସମ୍ବୋଧିତ କରି ଟ୍ରମ୍ପ ପୁଣି ଥରେ ଚୀନକୁ ଟାର୍ଗେଟ କରିଛନ୍ତି |

ସେ କହିଛନ୍ତି ଯେ, ଚୀନ୍‌ରୁ ଆସିଥିବା ଭୂତାଣୁ ଦ୍ୱାରା ଦେଶବାସୀ ଆକ୍ରାନ୍ତ ନହେବା ପର୍ଯ୍ୟନ୍ତ ଆମ ଦେଶ ଉନ୍ନତି କରୁଥିଲା। ବିକାଶ ଦିଗରେ ଅନେକ କାମ କରୁଥିଲା | କିନ୍ତୁ ଏବେ ଆମେ କେବଳ ଗାଉନ୍, ମାସ୍କ ଏବଂ ସର୍ଜିକାଲ୍ ଯନ୍ତ୍ରପାତି ଉତ୍ପାଦନ କରୁଛୁ, ଯାହାକୁ କିଛି ଦିନ ତଳେ ଚୀନ ଉତ୍ପାଦନ କରୁଥିଲା | ଚୀନ ପାଇଁ ଆଜି ସମଗ୍ର ବିଶ୍ୱ ଭୂତାଣୁ ଦ୍ୱାରା କବଳିତ ହୋଇଛି | ଚୀନ୍‌ର ରହସ୍ୟ, ପ୍ରତାରଣା ଏବଂ ଭୂତାଣୁ ସମ୍ପର୍କିତ ତଥ୍ୟ ଲୁଚାଇବାକୁ ନେଇ ଆଜି କରୋନା ଭୂତାଣୁ ସାରା ବିଶ୍ୱରେ ବ୍ୟାପିଛି | ଏ ନେଇ ଚୀନ୍ ସମ୍ପୂର୍ଣ୍ଣ ଉତ୍ତରଦାୟୀ ହେବ।

Donald Trump again blames China's secrecy, deception, cover-up for ...
DNA India

କରୋନାଭାଇରସ୍ ଟିକା ତିଆରି ବିଷୟରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ଆମେ ବର୍ତ୍ତମାନ ଅବିଶ୍ୱସନୀୟ ଭାବରେ ଭଲ କାର୍ଯ୍ୟ କରୁଛୁ ଏବଂ ଟିକା ଏବଂ ଚିକିତ୍ସା ଉପରେ ପରୀକ୍ଷା କରୁଛୁ। ମୁଁ ଦେଶ ତଥା ବିଶ୍ୱର ବୈଜ୍ଞାନିକ ତଥା ଅନୁସନ୍ଧାନକାରୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଜୀବନ ରକ୍ଷାକାରୀ ଚିକିତ୍ସା ଏବଂ ଏକ ଟିକା ବାହାର କରିବା ପାଇଁ ଆମ ଆଗରେ ରହିଛନ୍ତି | ବର୍ଷ ଶେଷ ସୁଦ୍ଧା ଆମକୁ କରୋନା ଟିକା ଏବଂ ଏହାର ଚିକିତ୍ସାର ବାଟ ମିଳିଯିବ |

ସମ୍ବନ୍ଧିତ ଖବର