ବେଜିଂ/ନୂଆଦିଲ୍ଲୀ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିବା ପରଠାରୁ ଚୀନ୍ ଅତି ମାତ୍ରାରେ ଉଗ୍ର ହୋଇଉଠିଛି । ଏହି ପ୍ରସଙ୍ଗରେ ଆଜି ଭାରତକୁ ମଧ୍ୟ ଚୀନ୍ ଚେତାବନୀ ଦେଇଛି। ଭାରତ ତା’ର ‘ୱାନ୍ ଚାଇନା’ ନୀତିରେ କାଏମ ରହିବାକୁ ହେବ ଏବଂ ତାଇୱାନ ପ୍ରସଙ୍ଗରୁ ନିଜକୁ ଦୂରେଇ ରହିବାକୁ ହେବ ବୋଲି ନୂଆଦିଲ୍ଲୀ ସ୍ଥିତ ଚୀନ୍ ଦୂତାବାସ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି। ଭାରତ ଏହି ମାମଲାରେ ଆମେରିକାର ପଦାଙ୍କ ଅନୁସରଣ କରିବା ଠିକ୍ ହେବନାହିଁ ବୋଲି ମଧ୍ୟ ଚୀନ୍ ଚେତାଇ ଦେଇଛି । ଗତକାଲି କଂଗ୍ରେସ ସାଂସଦ ମନିଷ ତିୱାରୀ କହିଥିଲେ ଯେ ଭାରତ ତାଇୱାନକୁ ସାଂସଦଙ୍କ ଏକ ପ୍ରତିନିଧି ଦଳ ପଠାଇବା ଉଚିତ। କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ଭାରତ ତାଇୱାନ କାର୍ଡ ଖେଳିବା ଉଚିତ ବୋଲି କହିଥିଲେ। ଏଭଳି ବୟାନ ପରେ ଚୀନ୍ ଦୂତାବାସ ପକ୍ଷରୁ ଭାରତକୁ ଚେତାବନୀ ଦେଇ ଏଭଳି ବିବୃତି ଜାରି କରାଯାଇଛି ।
ଭାରତକୁ ଚୀନ୍ର ଚେତାବନୀ: ତାଇୱାନ ପ୍ରସଙ୍ଗରୁ ଦୂରେଇ ରୁହ
/sambad/media/post_attachments/wp-content/uploads/2018/09/2349indianchineseflagindiachina730x461.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)