ଶ୍ରୀନଗର: ଜମ୍ମୁ କଶ୍ମୀରରେ ଅସ୍ତ୍ରବିରତି ଶେଷ ହେବାର କିଛି ସମୟ ପରେ ଆତଙ୍କବାଦୀ ମାନେ ଗତକାଲି କୁଲ୍ଗାମ୍ ଜିଲ୍ଲାର କେଲାମ୍ ଅନ୍ତର୍ଗତ ଜଣେ ସାଧାରଣ ନାଗରିକ ଇକବାଲ୍ କାଓ୍ଵକ୍ଙ୍କ ଘରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ଇକବାଲ୍ କାହିଁକି ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ଥିଲେ ତାହା ଏଯାବତ୍ ଜଣାପଡ଼ିନି। ତେବେ ଇକବାଲ୍ଙ୍କୁ ମିଶାଇ ଗତ ଗୋଟିଏ ସପ୍ତାହ ମଧ୍ୟରେ କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ସମୁଦାୟ ୧୨ ଜଣଙ୍କ ମୃତ୍ୟୁ ହେଲାଣି। ନିକଟରେ ବରିଷ୍ଠ ସାମ୍ବାଦିକ ସୁଜାତ୍ ବୁଖାରି ଓ ଯବାନ ଔରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି।
ଶ୍ରୀନଗର : ପବିତ୍ର ରମଜାନ୍ ମାସ ପାଇଁ ଜମ୍ମୁ କଶ୍ମୀରରେ ଗତ ମେ’ ମାସରେ ଘୋଷଣା ହୋଇଥିବା ଅସ୍ତ୍ରବିରତି ଗତକାଲି ଶେଷ ହୋଇଛି। ଅସ୍ତ୍ରବିରତି ଶେଷ ହେବାପରେ ସୁରକ୍ଷାବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ଆତଙ୍କବାଦୀ ନିପାତ କାର୍ଯ୍ୟକ୍ରମ ‘ଅପରେସନ୍ ଅଲ୍ ଆଉଟ୍’ରେ ଆଜି ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉତ୍ତର କଶ୍ମୀର ବାନ୍ଦିପୁରା ଜିଲ୍ଲାର ପାନାର୍ ଜଙ୍ଗଲରେ ଆଜି କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାବାହିନୀ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ମୃତ ଆତଙ୍କବାଦୀ ଦ୍ୱୟଙ୍କ ପରିଚୟ ମିଳି ନଥିବା ବେଳେ ସେମାନେ କେଉଁ ସଙ୍ଗଠନର ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ରାଜ୍ୟର ଗ୍ରୀଷ୍ମ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷା ବାହିନୀ ପକ୍ଷରୁ ଯାଞ୍ଚ ଚାଲିଛି। ସହରକୁ ପ୍ରବେଶ କରୁଥିବା ଗାଡ଼ି ଗୁଡ଼ିକୁ ପୁଲିସ ଓ ନିରାପତ୍ତା ବାହିନୀ ଯାଞ୍ଚ କରୁଛି।
ବାନ୍ଦିପୁରାରେ ୨ ଆତଙ୍କବାଦୀ ନିହତ : ଅପରେସନ୍ ଅଲ ଆଉଟ୍
କଶ୍ମୀର ନାଗରିକଙ୍କୁ ଗୁଳିକରି ହତ୍ୟା
/sambad/media/post_attachments/wp-content/uploads/2018/06/NBT-image-1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)