ନୂଆଦିଲ୍ଲୀ : ଚୀନର ଏଆଇ ଇଂଜିନ ଡିପସିକ୍ ଆର୍ ୧ ଏଆଇ ଲଞ୍ଚ ହେବା ମାତ୍ରେ ବିବାଦରେ ଫସିଯାଇଛି। ଆମେରିକା ସମେତ ଅନେକ ଦେଶରେ ଏହି ଏଆଇ ଟୁଲକୁ ନିଷିଦ୍ଧ କରାଯାଇଛି । ଚୀନର ଷ୍ଟାର୍ଟଅପ୍ କମ୍ପାନୀ ଡିପ୍ସିକ୍ ଆର୍ ୧ ଏଆଇ ଟୁଲ୍ ଜରିଆରେ ୟୁଜର୍ସଙ୍କ ଡାଟା ଚୀନକୁ ପଠାଉଥିବା ଅଭିଯୋଗ ହୋଇଛି। ଏକ ଗବେଷଣା ସଂସ୍ଥା ନିଶ୍ଚିତ କରିଛି ଯେ ଏହି ଏଆଇ ଚଟବଟର ଲିଙ୍କ୍ ଚୀନ୍ ସହିତ ସଂଯୁକ୍ତ। ରିପୋର୍ଟ ଅନୁଯାୟୀ, ଡିପସିକର କୋଡ୍ ଚାଇନା ମୋବାଇଲ ଅଟେ, ଯାହାକୁ ୨୦୧୯ ରୁ ଯୁକ୍ତରାଷ୍ଟ୍ର ଆମେରିକାରେ ନିଷିଦ୍ଧ କରାଯାଇଛି।

Advertisment

ଡିପସିକରେ କୋଡ୍ ଅଛି ଯାହା ଚାଇନା ମୋବାଇଲ୍ କୁ ବ୍ୟବହାରକାରୀଙ୍କ ଲଗଇନ୍ ସୂଚନା ପଠାଇଥାଏ। କାନାଡାସ୍ଥିତ ଗବେଷଣା ସଂସ୍ଥା ଫେରୁଟ୍ ସିକ୍ୟୁରିଟି ଦାବି କରିଛି ଯେ ଡିପସିକ ଏଆଇ ବ୍ୟବହାର କରିବା ନିରାପଦ ନୁହେଁ। ଅନ୍ୟ କେତେକ ସ୍ୱାଧୀନ ବିଶେଷଜ୍ଞ ମଧ୍ୟ ଦାବି କରିଛନ୍ତି ଯେ ଡିପସିକ ଏଆଇ ବ୍ୟବହାରକାରୀଙ୍କ ଡାଟା ଚୀନକୁ ପଠାଇଥାଏ ।

ଡିପସିକରେ କୋଡ୍ ଅଛି ଯାହା ଚାଇନା ମୋବାଇଲ୍ କୁ ବ୍ୟବହାରକାରୀଙ୍କ ଲଗଇନ୍ ସୂଚନା ପଠାଇଥାଏ। କାନାଡାସ୍ଥିତ ଗବେଷଣା ସଂସ୍ଥା ଫେରୁଟ୍ ସିକ୍ୟୁରିଟି ଦାବି କରିଛି ଯେ ଡିପ୍ସିକ୍ ଏଆଇ ବ୍ୟବହାର କରିବା ନିରାପଦ ନୁହେଁ। ଅନ୍ୟ କେତେକ ସ୍ୱାଧୀନ ବିଶେଷଜ୍ଞ ମଧ୍ୟ ଦାବି କରିଛନ୍ତି ଯେ ଡିପସିକ ଏଆଇ ବ୍ୟବହାରକାରୀଙ୍କ ଡାଟା ଚୀନକୁ ପଠାଇଥାଏ ।

ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ୨୦୧୯ରେ ଆମେରିକା ସରକାର ଚାଇନା ମୋବାଇଲକୁ ନିଷିଦ୍ଧ କରିଥିଲେ। ଏହି ଚାଇନା ଟେଲିକମ୍ ଅପରେଟରଙ୍କ ଠାରୁ ଜାତୀୟ ନିରାପତ୍ତା ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ଥିବା ଦର୍ଶାଇ ଏହି ନିଷେଧାଦେଶ ଜାରି କରାଯାଇଥିଲା। ତେବେ ଏଆଇ ଟୁଲ୍ ର କୋଡ୍ ବିଷୟରେ ସିକ୍ୟୁରିଟି ରିସର୍ଚ୍ଚ ଫାର୍ମ ବିଶେଷ କିଛି ସୂଚନା ଦେଇନାହିଁ।