ଏଲଏସି ସେପଟେ ଲଢୁଆ ବିମାନ ମୁତୟନ କରିଛି ଚୀନ : ଭାରତୀୟ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ସେପଟେ ଥିବା ୩ଟି ବିମାନ ଘାଟିରେ ଏବେ ବି ଚୀନ ବାୟୁସେନାର ଲଢୁଆ ବିମାନ ରହିଛନ୍ତି । କିନ୍ତୁ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତୀୟ ବାୟୁସେନା ପ୍ରସ୍ତୁତ ବୋଲି ନୂଆ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ଭି.ଆର.ଚୌଧୁରୀ କହିଛନ୍ତି ।

ଆସନ୍ତା ୮ ତାରିଖରେ ବାୟୁସେନା ଦିବସ ପାଳନ ହେବାକୁ ଥିବାବେଳେ ତା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚୌଧୁରୀ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତି ହେଉଛି ଏଲଏସି ସେପଟେ ଏବେ ବି ଚୀନ ବାୟୁସେନାର ଲଢୁଆ ବିମାନ ମୁତୟନ ରହିଛି । କିନ୍ତୁ ତାହାର ମୁକାବିଲା ପାଇଁ ଭାରତୀୟ ବାୟୁସେନାର ଆବଶ୍ୟକ ସଂଖ୍ୟକ ବିମାନ ମୁତୟନ ରହିବା ସହ ପ୍ରସ୍ତୁତ ଅଛନ୍ତି ।

ତେବେ ସେ କହିଛନ୍ତି ଯେ ଲଦାଖରରେ ଚୀନ ବାୟୁସେନାର ମାରକ କ୍ଷମତା ଅପେକ୍ଷାକୃତ ଦୁର୍ବଳ । ଏହା ସହିତ ଭାରତୀୟ ବାୟୁସେନାରେ ରାଫେଲ ବିମାନ ଓ ଆପାଚେ ହେଲିକପ୍ଟର ସାମିଲ ହେବା ଦ୍ବାରା ଆମର ଲଢୁଆ କ୍ଷମତା ବୃଦ୍ଧି ପାଇଛି । ଆଗକୁ ମଧ୍ୟ ଲଢୁଆ କ୍ଷମତାକୁ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଛି ।

ଏକା ସମୟରେ ଉଭୟ ଚୀନ ଓ ପାକିସ୍ତାନର ମୁକାବିଲା କରିବାକୁ ଭାରତୀୟ ବାୟୁସେନା ପ୍ରସ୍ତୁତ ବୋଲି । ସେହିପରି ସାଇବର ଆକ୍ରମଣର ସମ୍ମୁଖୀନ ହେବାକୁ ମଧ୍ୟ ପ୍ରସ୍ତୁତି କରାଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର