ନୂଆଦିଲ୍ଲୀ : ଚୀନ ଓ ଭାରତ ବିବାଦରେ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ କରିବା ପରେ ଚୀନ ଅଷ୍ଟ୍ରେଲିଆର ସମାଲୋଚନା କରିଛି । ବେଜିଂ ବିରୁଦ୍ଧରେ ଭାରତରେ ଥିବା ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ’ ଫେରାଲ ଦେଇଥିବା ମନ୍ତବ୍ୟ ବେଆଇନ,ଦୁର୍ଭାଗ୍ୟଜନକ ବୋଲି ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି ।
ଉଚ୍ଚାୟୁକ୍ତ ବେରି ଓ’ ଫେରାଲ ଶୁକ୍ରବାରଦିନ କହିଥିଲେ ଯେ ଏକତରଫାଭାବେ ସୀମାର ସ୍ଥିତାବସ୍ଥାକୁ ବଦଳାଇବାକୁ ଅଷ୍ଟ୍ରେଲିଆ ବିରୋଧ କରେ । ଏପରି ଉଦ୍ୟମ ଦ୍ୱାରା ଉତ୍ତେଜନା ବଢିବ । ଲଦାଖ ଓ ଦକ୍ଷିଣ ଚୀନ ସାଗରରେ ଚୀନର କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ସେ ଏକଥା କହିଥିଲେ । ଦ୍ୱିପାକ୍ଷିକ ଆଲୋଚନା ଓ ପୂର୍ବରୁ ଥିବା ରାଜିନାମାକୁ ସମ୍ମାନ ଜଣାଇ ଉତ୍ତେଜନାକୁ ହ୍ରାସ କରିବା ଲାଗି ସେ ପରାମର୍ଶ ଦେଇଥିଲେ ।
ଏହାର ଜବାବରେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ େଓ୍ଵଡଙ୍ଗ ଟ୍ଵିଟ କରି କହିଥିଲେ ଯେ ଚୀନର ସୀମା ସଂପର୍କିତ ଦାବି ତଥ୍ୟ ଉପରେ ପର୍ଯ୍ୟବେଶିତ ଓ ଅନ୍ତର୍ଜାତୀୟ ଆଇନ ସମ୍ମତ ।
Thank you @China_Amb_India. I would hope then you follow the 2016 South China Sea Arbitral Award which is final and binding under international law, and also generally refrain from actions that unilaterally alter the status quo. https://t.co/1w2nrcrxhr
— Barry O’Farrell AO (@AusHCIndia) July 31, 2020
ଏହି ଟ୍ଵିଟର ଜବାବ ଦେଇ ବେରି ଲେଖିଥିଲେ ଯେ ଚୀନ ତେବେ ଦକ୍ଷିଣ ଚୀନ ସାଗର ସମ୍ପର୍କରେ ୨୦୧୬ର ଅନ୍ତର୍ଜାତୀୟ ଟ୍ରିବୁନାଲର ନିର୍ଦ୍ଦେଶକୁ ପାଳନ କରିବା ଆବଶ୍ୟକ ।
କରୋନା ମହାମାରୀକୁ ନେଇ ଅଷ୍ଟ୍ରେଲିଆ ଓ ଚୀନ ମଧ୍ୟ ଗତ କିଛି ମାସ ହେଲା ବିବାଦ ଜାରି ରହିଛି । ଚୀନର ହ୍ୟାକରମାନେ ଅଷ୍ଟ୍ରେଲିଆ ଉପରେ ସାଇବର ଆକ୍ରମଣ କରିବା ପରେ ଦୁଇ ଦେଶର ସମ୍ପର୍କ ବିଗିଡ଼ିଯାଇଛି ।