ନୂଆଦିଲ୍ଲୀ: ଲଦାଖର ରେଜାଙ୍ଗ ଲା-ରେଚେନ ଲା ହାଇଟ୍ସ ନିକଟରେ ସମସ୍ୟାର ସମ୍ମୁଖୀନ ହେବା ପରେ ଚୀନ ସେନା ଏବେ ଅରୁଣାଚଳପ୍ରଦେଶର ୪ଟି ସ୍ଥାନରେ ନିଜର ସୈନ୍ୟ ନିୟୋଜିତ କରିଛି। ଭାରତୀୟ ଅଞ୍ଚଳଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଅରୁଣାଚଳ ସୀମାର ଆସଫିଲା, ଟୁଟିଙ୍ଗ୍ ଅକ୍ଷ, ଚାଙ୍ଗ୍ ଟେଜ୍ ଏବଂ ଫିସ୍ଟାଇଲ୍-୨ ସେକ୍ଟରରେ  ଚୀନ ସେନା ଠୁଳ କରିଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

Advertisment

ସୂତ୍ରରୁ ପ୍ରକାଶ ପାଇଥିବା ସୂଚନାରୁ ଜାଣିବାକୁ ମିଳିଛି ଏହି ଅଞ୍ଚଳରେ ଚୀନ ଆଗକୁ ମାଡ଼ି ଆସିବାକୁ ଚେଷ୍ଟା କରିପାରେ। କିଛି ଜନଶୂନ୍ୟ ଅଂଚଳ  କିମ୍ବା ଉଚ୍ଚତାକୁ କାବୁ କରିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

publive-image Enews Express

ଜାଣିବାକୁ ମିଳିଛି ଯେ ଚୀନର ଏପରି ଉଦ୍ୟମକୁ ପଣ୍ଡ କରିବାକୁ ଭାରତୀୟ ସେନା ପୂରା ପ୍ରସ୍ତୁତ ରହିଛି। ଭାରତୀୟ ସେନା ଚୀନ ସେନାର ମୁକାବିଲା ପାଇଁ ନିଜର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି କରି ସାରିଛି। ଗତ କିଛି ଦିନ ହେବ ଅରୁଣାଚଳପ୍ରଦେଶ ସୀମାନ୍ତରେ ଚୀନ ସେନାର ପେଟ୍ରୋଲିଂ ନିୟମିତ ଭାବେ ଦେଖିବାକୁ ମିଳିଛି। ଧୀରେ ଧୀରେ ଚୀନ୍‌ ସେନା ଭାରତୀୟ ଅଂଚଳର ନିକଟତର ହେଉଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଉପୁଜିଥିବା ଭାରତ-ଚୀନ ବିବାଦ ଶେଷରେ ଭାରତକୁ ମିଳିଛି ବିଜୟ। ଭାରତୀୟ ସେନା ପୂର୍ବ ଲଦାଖର ପାଙ୍ଗୋଙ୍ଗର ଏକ ପର୍ବତ ଶିଖରରକୁ ଦଖଲ କରିଛି। ଅଗଷ୍ଟ ଶେଷ ସୁଦ୍ଧା ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳ ନିକଟରେ ପର୍ବତ ଶିଖରକୁ ଦଖଲ କରିବା ପାଇଁ ଚୀନ ପ୍ରଥମେ ନିଜ ଆଡୁ ପ୍ରୟାସ କରିଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଥିଲା।