ପେଙ୍ଗାଙ୍ଗ୍ ହ୍ରଦ ଉପରେ ଚୀନର ପୋଲ ନିର୍ମାଣ ବେଆଇନ

ନୂଆଦିଲ୍ଲୀ : ପେଙ୍ଗାଙ୍ଗ ହ୍ରଦ ଉପରେ ଚୀନ ନିର୍ମାଣ କରୁଥିବା ପୋଲକୁ ଭାରତ ବିରୋଧ କରିଛି । ବେଆଇନଭାବେ ଅଧିକାର କରାଯାଇଥିବା ଅଞ୍ଚଳ ଉପରେ ଏହା ନିର୍ମିତ ହୋଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୧୯୬୨ରୁ ଚୀନ ଭାରତୀୟ ଅଞ୍ଚଳ ଉପରେ ବେଆଇନ ଭାବେ ଦଖଲ କରିଛି  ।

ଏହି ହ୍ରଦ ପାଇଁ ଭାରତ ଓ ଚୀନ ମଧ୍ୟରେ ଗତ ୨୦୨୦ରୁ ବିବାଦ ଲାଗି ରହିଛି । ବାରମ୍ବାର ଆଲୋଚନା ସତ୍ତ୍ବେ କୌଣସି ସୁଫଳ ମିଳୁନାହିଁ । କିନ୍ତୁ ଏହି ପୋଲ କାର୍ଯ୍ୟକ୍ଷମ ହେବା ପରେ ତାହା ଚୀନ ସେନାକୁ ସୁବିଧାଜନକ ସ୍ଥିତିରେ ରଖିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହି ପୋଲ ବ୍ୟବହାର କରି ଚୀନ ସୈନ୍ୟମାନେ ହ୍ରଦର ଉଭୟ ଉତ୍ତର ଓ ଦକ୍ଷିଣ କୂଳକୁ ସହଜରେ ଓ ଅଳ୍ପସମୟରେ ଆସିପାରିବେ । ପୂର୍ବରୁ ହ୍ରଦର ଦକ୍ଷିଣ କୂଳରୁ ଉତ୍ତର ପଟକୁ ଯିବାକୁ ହେଲେ ଚୀନ ସୈନ୍ୟମାନଙ୍କୁ ପ୍ରାୟ ୨୦୦ କିଲୋମିଟର ଦୁର୍ଗମ ପଥ ଅତିକ୍ରମ କରିବାକୁ ପଡ଼ୁଥିଲା ।

ଚୀନ ଯେଉଁ ଅଞ୍ଚଳରେ ପୋଲ ନିର୍ମାଣ କରୁଛି ତାହା ଗତ ୧୯୫୭ ମସିହାରୁ ଚୀନ କବଜାରେ ରହିଛି । କିନ୍ତୁ ଆଇନଗତ ଭାବେ ଏହି ଅଞ୍ଚଳକୁ ଭାରତ ନିଜର ଦାବି କରୁଥିବାରୁ ଏହି ପୋଲ ନିର୍ମାଣକୁ ଭାରତ ବେଆଇନ ବୋଲି କହୁଛି ।

 

ସମ୍ବନ୍ଧିତ ଖବର