ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଗୋଟିଏ ମାସରେ ୪ ଥର ଭାରତୀୟ ଆକଶସୀମା ଉଲ୍ଲଂଘନ କରିଛି ଚୀନ୍‌ ହେଲିକାପ୍ଟର୍‌

ନୂଆଦିଲ୍ଲୀ: ଗୋଟିଏ ମାସ ମଧ୍ୟରେ ଚୀନ୍‌ର ପିପଲ୍‌ସ୍‌ ଲିବେରେସନ୍‌ ଆର୍ମିର ହେଲିକାପ୍ଟର୍‌ ସବୁ ଉତ୍ତର ଭାରତ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାର ବିଭିନ୍ନ ସ୍ଥାନରେ ୪ଥର ଭାରତୀୟ ଆକାଶସୀମା ଉଲ୍ଲଂଘନ କରିଛି।

ଗୁଇନ୍ଦା ରିପୋର୍ଟ ଅନୁସାରେ, ଉତ୍ତରାଖଣ୍ଡର ବରହୋତି, ଲଦାଖର ତ୍ରିଗ୍‌ ହାଇଟ୍‌ ଏବଂ ଦେଶପାଙ୍ଗ୍‌ ଉପତ୍ୟକା ଏବଂ ଉତ୍ତର ଲଦାଖର ବର୍ତସି ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚୀନର ହେଲିକାପ୍ଟର୍‌ ସବୁ ଭାରତୀୟ ଆକାଶସୀମା ମଧ୍ୟକୁ ପ୍ରବେଶ କରିଛନ୍ତି।

ଏ ମାସର ମାର୍ଚ ୮ ତାରିଖ ସକାଳ ପ୍ରାୟ ୮. ୫୫ ମିନିଟ୍‌ରେ ଲଦାଖର ତ୍ରିଗ୍‌ ହାଇଟ୍‌ସ୍‌ସ୍ଥିତ ଭାରତୀୟ ଆକାଶସୀମା ଉଲ୍ଲଂଘନ କରିଥିଲା ପିଏଲ୍‌ଏର ଦୁଇଟି ହେଲିକାପ୍ଟର।

ଆଶ୍ଚର୍ଯ୍ୟର କଥା ବହୁ କାଳରୁ ଉଭୟ ଦେଶ ମଧ୍ୟରେ ସେ ଅଞ୍ଚଳକୁ ଲାଗି ରହିଥିବା ବିବାଦ ସତ୍ତ୍ୱେ ଚୀନ୍‌ର ବୈମାନିକମାନେ ତ୍ରିଗ୍‌ ହାଇଟ୍‌ସ୍‌ ପ୍ରାୟ ୧୮ କିଲୋମିଟର୍‌ ଭିତରକୁ ବିମାନ ଉଡ଼ାଇ ଆଣିଥିଲେ।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଏହା ପିଏଲ୍‌ଏର ପ୍ରଥମ ଉଲ୍ଲଂଘନ ନୁହେଁ। ଏହା ପୂର୍ବରୁ ଲଦାଖର ତ୍ରିଗ୍‌ ହାଇଟ୍‌ସ୍‌ ଏବଂ ଦେସ୍‌ପାଙ୍ଗ୍‌ ଆକାଶରେ ୧୯ କିଲୋମିଟର ଭିତରକୁ ପଶି ଆସିଥିଲା।

ଭାରତୀୟ ସୈନ୍ୟଙ୍କ ଉପସ୍ଥିତି ଆକଳନ କରିବାଭାରତୀୟ ସେନା ଛାଉଣୀ ନିକଟରେ ପିଏଲ୍‌ଏର ଦୁଇଟି ହେଲିକାପ୍ଟର୍‌ ପ୍ରାୟ ୮ ମିନିଟ୍‌ ଧରି ଉଡିଥିବା କଥା ବିଶ୍ୱାସ କରାଯାଉଛି।

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ବରାଭୋତି ଉପରେ ଉଡ଼ି ୪ କିଲୋମିଟର୍‌ ପଶିଆସି ମାର୍ଚ ୧୦ ତାରିଖ ଦିନ ୩ୟ ଆକାଶସୀମା ଉଲ୍ଲଂଘନ କରିଥିଲା ଚୀନ୍‌। ଫେରିଯିବା ଆଗରୁ ଚୀନ୍‌ ବିମାନ ଦୁଇଟି ପ୍ରାୟ ୫ ମିନିଟ୍‌ ଉଡ଼ିଥିଲା।

ସମ୍ବନ୍ଧିତ ଖବର