ପୁଣି ଫେରିଲା ‘ବୁବୋନିକ୍ ପ୍ଲେଗ’, ସତର୍କ ରହିବା ପାଇଁ କହିଲା ଚୀନ

ନୂଆଦିଲ୍ଲୀ : ଅନେକ ବର୍ଷ ପରେ ଏବେ ପୁଣି ଥରେ ‘ବୁବୋନିକ୍ ପ୍ଲେଗ’କୁ ନେଇ ଲୋକଙ୍କୁ ସତର୍କ କରାଯାଇଛି | ‘ବୁବୋନିକ୍’ ପ୍ଲେଗ ପ୍ରଥମେ ଚତୁର୍ଦ୍ଦଶ ଶତାବ୍ଦୀରେ ଏସିଆରେ ଦେଖା ଦେଇଥିଲା ଏବଂ ଏହା ଦେଶମାନଙ୍କରେ ବ୍ୟାପିଯିବା ପରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ଏବେ ଚୀନର ଆଭ୍ୟନ୍ତରୀଣ ମୋଙ୍ଗୋଲିଆ ଅଞ୍ଚଳରେ ଶନିବାର ଦିନ ଦୁଇ ଭାଇ  ବୁବୋନିକ୍ ପ୍ଲେଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି | ଏ ନେଇ ଏବେ ସ୍ୱାସ୍ଥ୍ୟ ଅଧିକାରୀମାନେ ବୟାନ ନୁର ସହରରେ ଏକ ସତର୍କ ସୂଚନା ଜାରି କରିଛନ୍ତି।

indiatoday

ବର୍ତ୍ତମାନ ପାଇଁ ମୂଷା ନମାରିବା ବା ଖାଇବା ପାଇଁ ଲୋକଙ୍କୁ ବାରଣ କରାଯାଇଛି | ଏହା ସହ ରୋଗୀଣା ବା ମୃତ ମୂଷା ଦେଖିଲେ ତୁରନ୍ତ ଜଣାଇବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି | ଶନିବାର ଦିନ ଦୁଇ ଭାଇ ବୁବୋନିକ୍ ପ୍ଲେଗ ଦ୍ୱାରା ଆକ୍ରାନ୍ତ ହେବା ପରେ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଥିଲା | ଆକ୍ରାନ୍ତ ଦୁଇ ଭାଇ ମାରମୋଟ୍(ଏକ ପ୍ରଜାତିର ମୂଷା)ମାଂସ ଖାଇଥିଲେ ବୋଲି ସାମ୍ନାକୁ ଆସିଛି | ତେବେ ଖାଇଥିବା ମୂଷାଟି ବୁବୋନିକ୍ ପ୍ଲେଗ ଦ୍ୱାରା ଆକ୍ରାନ୍ତ ହୋଇଥିବାରୁ ସେ ମଧ୍ୟ ଏହା ଦ୍ୱାରା ଆକ୍ରାନ୍ତ ହୋଇଥିବା ନେଇ ସ୍ୱାସ୍ଥ୍ୟ ଅଧିକାରୀମାନେ ସନ୍ଦେହ କରୁଛନ୍ତି, ଯାହା ପାଇଁ ଏବେ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି |

ସମ୍ବନ୍ଧିତ ଖବର