ଚୀନରେ ତିଆରି କରୋନା ଟିକା ଯୋଗୁଁ ରକ୍ତକର୍କଟ ହେଉଛି କି ? ଚୀନା ଜାତୀୟ ସ୍ବାସ୍ଥ୍ୟ କମିସନଙ୍କ ରିପୋର୍ଟ ନେଇ ଚିନ୍ତା

ବେଜିଂ : ନିଜ ଦେଶରେ ପ୍ରସ୍ତୁତ କରୋନା ଟିକାକୁ  ନେଇ ଚିନ୍ତାରେ ପଡ଼ିଯାଇଛି ଚୀନ । ଏହି ଟିକା ନେଇଥିବା ବ୍ୟକ୍ତିମାନଙ୍କ ଶରୀରରେ ଲ୍ୟୁକୋମିଆ ବା ରକ୍ତ କର୍କଟ ଦେଖାଯାଉଥିବା ଖବର ମିଳିବା ପରେ ଚୀନରେ ଚହଳ ପଡ଼ିଯାଇଛି । ଏନେଇ ଚୀନର ଜାତୀୟ ସ୍ବାସ୍ଥ୍ୟ କମିସନ(ଏନଏଚସି)ଙ୍କ ଏକ ରିପୋର୍ଟରେ ବି ଉଲ୍ଲେଖ ରହିଛି । ଏହା ଚୀନ ସରକାରଙ୍କୁ ଅଡୁଆରେ ପକାଇଦେଇଛି ।

ଚୀନରେ ପ୍ରସ୍ତୁତ ସିନୋଭାକ ଓ ସିନୋଫାର୍ମ ଟିକାକୁ ଚୀନର ଲୋକମାନଙ୍କୁ ଦିଆଯାଉଛି । କିନ୍ତୁ ଏହି ଟିକା ନେଇଥିବା ଲୋକମାନଙ୍କ ଶରୀରରେ ଲ୍ୟୁକୋମିଆ ହେଉଥିବା ଅଭିଯୋଗ ଆସିବା ପରେ ଏନଏଚସି ପକ୍ଷରୁ ଚୀନର ୧୮ଟି ରାଜ୍ୟର ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ସତର୍କ କରାଇଦିଆଯାଇଛି । ଅନ୍ୟପକ୍ଷରେ ଲୋକମାନେ ଏହି ଟିକା ଯୋଗୁଁ ହେଉଥିବା ଲ୍ୟୁକୋମିଆ ସଂପର୍କରେ ଚୀନ ସୋସିଆଲ ମିଡିଆ ଓ୍ବିଚାଟରେ ଲେଖୁଥିବାରୁ ଚାହା ଉପରେ କଟକଣା ଜାରି କରିଛନ୍ତି ଚୀନ ସରକାର । ଏହି କଟକଣା ମାଧ୍ୟମରେ ଲୋକଙ୍କ ସ୍ବରକୁ ଚାପିଦେବାକୁ  ଉଦ୍ୟମ କରାଯାଉଛି ।

ଆହୁରି ଚିନ୍ତାଜନକ ବିଷୟ ହେଉଛି ଚୀନ ସରକାର ଏସବୁ ଟିକାକୁ ବିଶ୍ବ ବିଭିନ୍ନ ଦେଶକୁ ରପ୍ତାନି ମଧ୍ୟ କରିଛନ୍ତି । କେତେକ ବିଦେଶୀ ରାଷ୍ଟ୍ରରେ ବି ଏହି ଲ୍ୟୁକୋମିଆ ନେଇ ଅଭିଯୋଗ ଆସିଛି ।

ଗତ ବର୍ଷ ତାଇଓ୍ବାନର ଏକ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚୀନର ଏହି ଟିକା ବିଶ୍ବରେ ସବୁଠୁ ଅସୁରକ୍ଷିତ ଟିକା । ଏଥିରେ ୭୩ଟି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି ।

 

 

ସମ୍ବନ୍ଧିତ ଖବର