ନୂଆଦିଲ୍ଲୀ: ଦୁନିଆରେ ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି କୁହାଯାଇଥାଏ। କାରଣ ଡାକ୍ତର ହିଁ ଜରୁରୀ ପରିସ୍ଥିତିରେ ମଣିଷର ଜୀବନ ବଞ୍ଚାଇ ଦେଇଥାଆନ୍ତି। ଡାକ୍ତରଙ୍କୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚୀନରେ ଘଟିଛି।

Advertisment

ଏଠାରେ ଡାକ୍ତର ଜଣେ ରୋଗୀଙ୍କ କଟା ହାତକୁ ଆଣି ତାଙ୍କ ଗୋଡରେ ‌ଯୋଡ଼ି ଦେଇଥିଲେ। ଏପରି କରି ସେ ହାତକୁ ଏକମାସ ପର୍ଯ୍ୟନ୍ତ ଜୀବିତ ରଖିଥିଲେ।  ନିକଟ‌ରେ ମୋରବିଡ ନଲେଜ ନାମକ ଏକ ଟୁଇଟର ପୋଷ୍ଟ ଜରିଆର ଡାକ୍ତରଙ୍କ ଏଭଳି କରିସ୍ମା ସମ୍ପର୍କରେ ସୂଚନା ମିଳିଛି। ଡାକ୍ତରଙ୍କ ଏଭଳି କରିସ୍ମା ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି।

ଟୁଇଟର ପୋଷ୍ଟରେ କୁହାଯାଇଛି କି, ଚୀନର ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ହାତ ମେସିନରେ କଟି ଯାଇଥିଲା। ଏହି କଟି ଯାଇଥିବା ହାତକୁ ଡାକ୍ତର ଶ୍ରମିକଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରି ଯୋଡ଼ି ଦେଇଥିଲେ। ତେବେ ଗୋଡ଼ ସହିତ ଯୋଡ଼ି ହୋଇଥିବା କଟା ହାତର ଫଟୋ ‌ସୋସିଆଲ ମିଡିଆରେ ଭ‌ାଇରାଲ ହେବାରେ ଲାଗିଛି।

ଏକମାସ ଗୋଡ଼ରେ କଟା ହାତ ଯୋଡ଼ି ହୋଇ ରହିବା ପରେ ଡାକ୍ତର ପୁଣି ଅସ୍ତ୍ରୋପଚାର କରି ଶ୍ରମିକଙ୍କୁ ହାତକୁ ଯୋଡ଼ିଥି‌ଲେ। ଏହି ଅସ୍ତ୍ରୋପଚାର ସଫଳ ବି ରହିଥିଲା। ତେବେ ଏକ ମାସ ଧରି ହାତ ଏଭଳି ଭାବେ ରହିଥିବାରୁ ଟିସୁ ସଠିକ ଭାବେ କାମ କରୁନାହିଁ। ସମ୍ପୂର୍ଣ୍ଣ ଭାବେ କାମ କରିବାକୁ ଅତିକମରେ ଛଅମାସର ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି।