ଅଫିସ ପହଞ୍ଚିବାରେ ବିଳମ୍ବ ହେଲେ ପିଇବାକୁ ପଡ଼େ ପରିସ୍ରା,ଖାଇବାକୁ ପଡ଼େ ଅସରପା,ଏତେ ସବୁ ପରେ ବି ଚାକିରି ଛାଡ଼ନ୍ତି ନାହିଁ କର୍ମଚାରୀ,ଜାଣନ୍ତୁ କାରଣ

ନୂଆଦିଲ୍ଲୀ : କୌଣସି କମ୍ପାନୀରେ ବା ଅଫିସରେ କାମ କଲେ ସବୁ କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ଅଫିସ ଆସିବା ପାଇଁ କୁହାଯାଇଥାଏ । ବେଳେ ବେଳେ ଟ୍ରାଫିକ୍‌ ସମସ୍ୟା ହେତୁ କିଛି କର୍ମଚାରୀ ନିଜ ନିଜ ଅଫିସରେ ଠିକ୍‌ ସମୟରେ ପହଞ୍ଚି ପାରନ୍ତି ନାହିଁ । କିନ୍ତୁ ଚୀନ୍‌ରେ ଅଫିସରେ ପହଞ୍ଚିବାକୁ ବିଳମ୍ବ ହେଲେ ଦିଆଯାଉଥିବା ଦଣ୍ଡ ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଚୀନ୍‌ରେ ଥିବା ଗୁଇଜୋହୁ କମ୍ପାନୀରେ କର୍ମଚାରୀଙ୍କ ପ୍ରତି ଏଭଳି ଅତ୍ୟାଚାର କରାଯାଉଥିବା ଜଣାପଡ଼ିଛି ।

ଅଫିସ ପହଞ୍ଚିବାକୁ ବିଳମ୍ବ ହେଲେ ବା ଦିଆଯାଇଥିବା କାମ ସମୟ ପୂର୍ବରୁ ନ ସାରିଲେ କର୍ମଚାରୀମାନଙ୍କୁ ପରିସ୍ରା ପିଇବାକୁ ଦିଆଯିବା ସହ ଅସରପା ଖାଇବାକୁ ଦିଆଯାଇଥାଏ । କିଛି କର୍ମଚାରୀଙ୍କୁ ସମସ୍ତଙ୍କ ଆଗରେ ବେଲ୍‌ଟରେ ମାଡ଼ ମଧ୍ୟ ମରାଯାଇଥାଏ । ଏତେ ସବୁ ପରେ ବି କର୍ମଚାରୀମାନେ ଚାକିରି ଛାଡ଼ି ପାରନ୍ତି ନାହିଁ । ଏହାର ମୁଖ୍ୟ କାରଣ ହେଉଛି ଚାକିରି କରିବା ପୂର୍ବରୁ ସେମାନଙ୍କୁ ଏକ ବଣ୍ଡ ସାଇନ୍‌ କରିବା ପାଇଁ କୁହାଯାଇଥାଏ । କାମ ନ କଲେ ବା ଠିକ୍‌ ସମୟରେ ନ ପହଞ୍ଚିଲେ ଯାହା ବି ଦଣ୍ଡ ଦିଆଯିବ ତାହାକୁ କର୍ମଚାରୀମାନେ ଗ୍ରହଣ କରିବେ ବୋଲି ଲେଖାଥିବା ବଣ୍ଡ ସାଇନ୍‌ କରିଥିବାରୁ ସେମାନେ କିଛି କହି ପାରନ୍ତି ନାହିଁ ।

ସମ୍ବନ୍ଧିତ ଖବର