ମଦ ତିଆରି ପାଇଁ ଅନଲାଇନରେ ସାପ ମଗାଇଥିଲେ ଚୀନ ଯୁବତୀ, ମାରିଲା ଚୋଟ

ବେଜିଂ : ମଦକୁ ଅଧିକ ନିଶାଯୁକ୍ତ କରିବାକୁ ଚୀନର ଜଣେ ଯୁବତୀ ସାପ କିଣିଥିଲେ । କିନ୍ତୁ ଉକ୍ତ ସାପ ଚୋଟରେ ସେ ପ୍ରାଣ ହରାଇଛନ୍ତି । ଚୀନର ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଜିନହୁଆର ଏକ ରିପୋର୍ଟ ଅନୁସାରେ ଉକ୍ତ ଯୁବତୀ ଉତ୍ତର ଚୀନର ସାନଜି ପ୍ରଦେଶର ଅଧିବାସୀ । ନିଜ ମଦକୁ ଅଧିକ ନିଶା ଯୁକ୍ତ କରିବାକୁ ସେ ଅନଲାଇନ ସପିଂ ସାଇଟ ଜୁଆନଜୁଆନରୁ ଏକ ବିଷାକ୍ତ ସାପ ମଗାଇଥିଲା । ସାପକୁ ଏକ ସ୍ଥାନୀୟ କୋରିୟର ସଂସ୍ଥା ଡେଲିଭର କରିଥିଲା । କୋରିୟର ପ୍ୟାକେଟ ଖୋଲିବା କ୍ଷଣି ସାପ ଯୁବତୀଙ୍କୁ ଚୋଟ  ମାରିଥିଲା । ଏହି ଚୋଟରେ ଯୁବତୀ ଜଣକ ପ୍ରାଣ ହରାଇଛି । ପୁଲିସ ଘଟଣାର ତଦନ୍ତ କରୁଛି । ଚୀନରେ ଅନଲାଇନରେ ଜୀବଜନ୍ତୁ କିଣାବିକା କରିବା ବେଆଇନ ହୋଇଥିଲେ ମଧ୍ୟ ତାହା ଅବାଧରେ ଚାଲିଛି ।

ଚୀନରେ ପାରମ୍ପରିକ ଭାବେ ଏକ ସାପ ମଦ ତିଆରି କରାଯାଏ । ବିଷାକ୍ତ ସାପକୁ ମଦ ବା ଆଲକହଲଭର୍ତ୍ତି ଜାର ମଧ୍ୟରେ ବୁଡାଇ ରଖାଯାଏ । ସାପ ବିଷ ମଦରେ ମିଶିବା ସହ ମଦ ତୀବ୍ର ନିଶାଯୁକ୍ତ ହୋଇଯାଏ । ଚୀନରେ ଏହି ମଦର ଚାହିଦା ବେଶ ଅଧିକ । ସାଧାରଣ ମଦରେ ନିଶା ଧରୁ ନ ଥିବା ଅଧିକ ନିଶାଖୋର ଲୋକମାନେ ଏହି ମଦକୁ ପସନ୍ଦ କରନ୍ତି ।

ସମ୍ବନ୍ଧିତ ଖବର