ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଚୀନକୁ ଯାଉଛି କି ?

ନୂଆଦିଲ୍ଲୀ : ଭାରତରେ ବ୍ୟବସାୟ କରୁଥିବା ଚୀନ କମ୍ପାନି, ମୋବାଇଲ ଆପଗୁଡ଼ିକ ଭାରତୀୟମାନଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ଚୀନ ସରକାରଙ୍କୁ ପଠାଉଛନ୍ତି  କି ? ଏହାକୁ ନେଇ ସଂଦେହ ଉପୁଜିବା ପରେ ଭାରତ ସରକାର ଚୀନ କମ୍ପାନିମାନଙ୍କ ଉପରେ ନଜର ରଖିବା ଆରମ୍ଭ କରିଛନ୍ତି ।

ଏଥିପାଇଁ କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ଅଧିନସ୍ଥ ରେଜିଷ୍ଟ୍ରାର ଅଫ କମ୍ପାନିଜ୍ ପକ୍ଷରୁ ବିଭିନ୍ନ ରାଜ୍ୟରେ ସେଲ ଖୋଲାଯାଇ, ଚୀନ କମ୍ପାନିମାନଙ୍କ ସହ ସଂପୃକ୍ତ ବିଭିନ୍ନ ଛଦ୍ମ କମ୍ପାନିମାନଙ୍କ ଉପରେ ନଜର ରଖାଯାଇଛି । ଏସବୁ କମ୍ପାନିମାନେ ଭାରତରେ ବିଭିନ୍ନ ପ୍ରକାରର ଡେଟିଂ, ବେଟିଂ ଓ ଲୋନ ଆପ୍ ଚଳାଉଛନ୍ତି । ଏସବୁ ଆପ୍ ମାଧ୍ୟମରେ ସେମାନେ ଭାରତୀୟଙ୍କ ଗୋପନୀୟ ତଥ୍ୟ ଚୀନକୁ ପଠାଉଛନ୍ତି । ଚୀନ କମ୍ପାନିମାନଙ୍କ ସହ ସଂପୃକ୍ତ ପ୍ରାୟ ୪୦ଟି ସଂଦିଗ୍ଧ ଅଣ-ବ୍ୟାଙ୍କିଙ୍ଗ୍ ଫାଇନାନ୍ସ କମ୍ପାନି (ଏନବିଏଫସି)ର ଲାଇସେନ୍ସ ରଦ୍ଦ କରିବାର ସମ୍ଭାବନା ରହିଛି ବୋଲି ଏକ ଜାତୀୟ ସ୍ତରର ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

ଚୀନ ସରକାରଙ୍କ ଏକ ନିୟମ ଅନୁସାରେ ଚୀନ କମ୍ପାନିମାନେ ଚୀନ ସରକାରଙ୍କୁ ଯେକୌଣସି ପ୍ରକାରର ତଥ୍ୟ ଦେବାକୁ ବାଧ୍ୟ । ଏପରିକି ଅଧିକାଂଶ ଚୀନ କମ୍ପାନିରେ ଚୀନ କମ୍ୟୁନିଷ୍ଟ ପାର୍ଟିର ମାଲିକାନା ଥାଏ କିମ୍ବା ଏହାର ସଦସ୍ୟଙ୍କ ପ୍ରତିନିଧିତ୍ବ ଥାଏ । ଏଣୁ ଭାରତରେ ଥିବା ଚୀନର ଟେଲିକମ କମ୍ପାନି, ମୋବାଇଲ ଆପ ଓ ଅନ୍ୟାନ୍ୟ କମ୍ପାନିମାନେ ଚୀନକୁ ଗୋପନ ତଥ୍ୟ ପଠାଉଥିବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର