ଗଲ୍‌ୱାନ୍ ସଂଘର୍ଷସ୍ଥଳରୁ ପଛକୁ ହଟିଲେ ଚୀନ୍ ଓ ଭାରତ ସୈନିକ; ଉତ୍ତେଜନା ଏଡ଼ାଇବା ପାଇଁ ସୃଷ୍ଟି ହେଲା ବଫର୍ ଜୋନ୍

ନୂଆଦିଲ୍ଲୀ: ପୂର୍ବ ଲଦାଖ‌ ଅନ୍ତର୍ଗତ ଗଲ୍‌ୱାନ୍‌ ଉପତ୍ୟକାରେ ଜୁନ୍‌ ୧୫ ତାରିଖରେ ଘଟିଥିବା ମାରାତ୍ମକ ସୈନିକ ସଂଘର୍ଷ ସ୍ଥଳରୁ ଚୀନ୍‌ ଓ ଭାରତର ସୈନିକମାନେ ଏକ କିଲୋମିଟର୍ ପଛକୁ ହଟି ଆସିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଉତ୍ତଜନା ହ୍ରାସ ନିମନ୍ତେ ଭାରତ ଓ ଚୀନ୍‌ ସେ‌ନାଙ୍କ ମଧ୍ୟରେ ବଫର୍ ଜୋନ୍ ସୃଷ୍ଟି କରାଯାଇଛି। ଉଭୟ ସେନାଙ୍କ ମଧ୍ୟରେ ‘ସମଦୂରତା’ ବଜାୟ ରଖିବାକୁ ‘ବଫର୍ ଜୋନ୍’ କହନ୍ତି।

Image Courtesy of BloombergQuint

ପ୍ରାୟ ଦୁଇ ମାସ ହେବ ଅନେକ ଥର ପୂର୍ବ ଲଦାଖରେ ଭାରତୀୟ ଏବଂ ଚୀନ୍ ସୈନିକମାନେ ତିକ୍ତତାଭରା ବିବାଦରେ ଲିପ୍ତ ରହିଥିଲେ। ଜୁନ୍‌ ୧୫ ତାରିଖ ରାତିରେ ଗଲ୍‌ୱାନ୍‌ ଉପତ୍ୟକାରେ ୨୦ଜଣ ଭାରତୀୟ ସୈନିକଙ୍କୁ ହତ୍ୟା କରାଯିବା ପରେ ତିକ୍ତତା ବହୁଗୁଣ ହୋଇଯାଇଥିଲା। ଚୀନ୍‌ର କେତେକ ସୈନିକ ନିହତ ହୋଇଥିଲେ ମଧ୍ୟ ସେ ସେମାନଙ୍କର ସଂଖ୍ୟା କି, ବିବରଣୀ ଦେଇନାହିଁ।

Image Courtesy of India Today

ପୂର୍ବ ଅବସ୍ଥାକୁ ଫେରିଯାଇ ପୂର୍ବ ଲଦାଖ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାକୁ ଭାରତ ଗୁରୁତ୍ବ ଦେଉଛି।

ସମ୍ବନ୍ଧିତ ଖବର