ଉତ୍ତରାଖଣ୍ଡସ୍ଥିତ ଏଲଏସି ନିକଟରେ ବି ପହଞ୍ଚିଲାଣି ଚୀନ, ନିର୍ମାଣ କରୁଛି ସାମରିକ ଭିତ୍ତିଭୂମି

ନୂଆଦିଲ୍ଲୀ :  ଅନ୍ତର୍ଜାତୀୟ ସୀମା ଓ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ସେପଟେ ନିଜର ସୈନ୍ୟଶକ୍ତି ଓ ସାମରିକ ଭିତ୍ତିଭୂମିକୁ ମଝବୁତ କରିଚାଲିଛି ଚୀନ । ଅରୁଣାଚଳ ପ୍ରଦେଶ ଓ ସିକ୍କିମ ପରେ ଏବେ ଉତ୍ତରାଖଣ୍ଡ ନିକଟରେ ଏଲଏସି ସଂଲଗ୍ନ ଅଞ୍ଚଳରେ ଚୀନ ନିଜର ନିର୍ମାଣକୁ ସୁଦୃଢ଼ କରୁଛି। ସଦ୍ୟତମ ଗୁଇନ୍ଦା ରିପୋର୍ଟ ଏବଂ ଉପଗ୍ରହ ଚିତ୍ରରୁ ଜଣାପଡିଛି ଯେ ଚୀନ୍ ବର୍ତ୍ତମାନ ଉତ୍ତରାଖଣ୍ଡର ଉତ୍ତରକାଶୀଠାରୁ ପ୍ରାୟ ୪୦ରୁ ୫୦ କିଲୋମିଟର ଦୂର ଏଲଏସି ନିକଟରେ ସାମରିକ ଢାଞ୍ଚା ପ୍ରସ୍ତୁତ କରିଛି। ଗତ କିଛି ମାସ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହା ପୂର୍ବରୁ ଅରୁଣାଚଳ ପ୍ରଦେଶ, ପୂର୍ବ ଲଦାଖ ଏବଂ ସିକ୍କିମ ନିକଟରେ ଚୀନ  ସମାନ ସାମରିକ ଢାଞ୍ଚା ପ୍ରସ୍ତୁତ କରିଛି ।

ଚୀନ୍ କେବଳ ଏଲଏସି ନିକଟରେ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରିନାହିଁ, ବରଂ ମଡେଲ ଭିଲେଜ୍ ନାମରେ ଏଠାରେ ଅନେକ କଂକ୍ରିଟ୍ ଢାଞ୍ଚା ମଧ୍ୟ ନିର୍ମାଣ କରିଛି। କେତେକ ସ୍ଥାନରେ ସେମାନଙ୍କ ସଂଖ୍ୟା ପ୍ରାୟ ୩୦୦ ରହିଛି । ଏଲ୍ଏସିର ଉତ୍ତରାଖଣ୍ଡ ଅଞ୍ଚଳରେ ସାଧାରଣତଃ ଶାନ୍ତି ରହିଥିଲେ ମଧ୍ୟ ଉତ୍ତରାଖଣ୍ଡର ବାରହୋଟିରେ ଚୀନ୍ ସୈନିକମାନେ ଦୁଇଥରରୁ ଅଧିକ ଥର ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଏଲଏସି ନିକଟରେ ଏହି ନିର୍ମାଣ ବ୍ୟତୀତ ଚୀନ ଅନେକ ଅଞ୍ଚଳରେ ନିଜର ଏୟାରବେସକୁ ମଜବୁତ କରିଛି। ଭିତ୍ତିଭୂମି ବିକାଶ କଥା କହିବାକୁ ଗଲେ ଏଲଏସି ନିକଟରେ ଚୀନ ଲଗାତାର ରାସ୍ତା ପ୍ରସ୍ତୁତ କରୁଛି ।

ସମ୍ବନ୍ଧିତ ଖବର