‌ବେଜିଂ : କରୋନା ଖବର ସଂଗ୍ରହ ପାଇଁ ଚୀନ୍‌ରେ ଜଣେ ସାମ୍ବାଦିକଙ୍କୁ ୪ ବର୍ଷ ଜେଲ୍‌ଦଣ୍ଡ ହୋଇଛି। କୌଣସି ଭୁଲ୍‌ ନଥାଇ ତାଙ୍କୁ ଜେଲ୍‌ଦଣ୍ଡ ହୋଇଥିବାରୁ ସେ ଏହାକୁ ବିରୋଧ କରିଛନ୍ତି ଏବଂ ଅନାହାର ଅନଶନରେ ବସିଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବହୁତ ଜଟିଳ ହୋଇଯାଇଛି। ସେ ଆଦୌ ଖାଦ୍ୟ ଖାଉନଥିବାରୁ ତାଙ୍କୁ ନାଜାଲ୍‌ ଟ୍ୟୁବ୍‌ରେ ବାଧ୍ୟ କରି ଖାଇବାକୁ ଦିଆଯାଉଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଉଥିବାରୁ ମାନବାଧିକାର ଗୋଷ୍ଠୀଗୁଡ଼ିକ ତାଙ୍କୁ ତୁରନ୍ତ ଛାଡ଼ି ଦେବାପାଇଁ କହିଛନ୍ତି।

Advertisment

୩୮ ବର୍ଷୀୟା ଝାଙ୍ଗ ଝାନ୍‌ ଗତ ବର୍ଷ ଫେବ୍ରୁଆରିରେ ଉହାନ୍‌ ଯାଇଥିଲେ। କରୋନା ମହାମାରୀକୁ ନେଇ ସେ ଏକ ଖବର ପ୍ରସ୍ତୁତ କରୁଥିଲେ। କରୋନାକୁ କିଭଳି ମୁକାବିଲା କରାଯାଉଛି ସେନେଇ ସେ ସରକାରୀ କର୍ତ୍ତୃପକ୍ଷମାନଙ୍କୁ କିଛି ପ୍ରଶ୍ନ କରିଥିଲେ। କିନ୍ତୁ ଚୀନ୍‌ କର୍ତ୍ତୃପକ୍ଷ ତାଙ୍କର ଏହି କାର୍ଯ୍ୟକୁ ବିରୋଧ କରିଥିଲେ ଏବଂ ତାଙ୍କୁ ଗତ ମେ’ରେ ଅଟକ ରଖିଥିଲେ। ଡିସେମ୍ବରରେ ତାଙ୍କୁ ଜେଲ୍‌ଦଣ୍ଡ ହୋଇଥିଲା। ସେବେଠାରୁ ସେ ଅନାହାର ଅନସନରେ ଅଛନ୍ତି। ଏବ‌େ ତାଙ୍କ ସ୍ବାସ୍ଥ୍ୟବସ୍ଥା ବହୁତ ଜଟିଳ ହୋଇଯାଇଛି।