ବେଜିଂ: ଆଜିକାଲି ବିିଚିତ୍ର କଥା ସବୁ କିଛି କମ୍ ଦେଖିବାକୁ ମିଳୁନାହିଁ। ପ୍ରତିଦିନ ଖବର ଉପରେ ନଜର ପକାଇଲେ ଆପଣ ପାଇବେ କିଛି ନୂଆ ଆଉ ଆଶ୍ଚର୍ଯ୍ୟଜନକ କଥା। ଶୀର୍ଷକ ପଢ଼ି ଆପଣ ଅନୁମାନ ଲଗାଇ ସାରିବେଣି ନିଶ୍ଚୟ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାରା ବିଶ୍ୱକୁ ଚିକିତ କରିଛି। ଖାଦ୍ୟରେ ଟିକେ ଏପଟ ସେପଟ ହେଲେ ନାନା ପେଟ ସମସ୍ୟା ବହାରୁଥିସବା ବେଳେ ୨୦ ବର୍ଷ ଧରି ଜଣେ ବ୍ୟକ୍ତିଙ୍କ ପେଟରେ ଲାଇଟର୍ ରହିବା ପରେ ବି ବ୍ୟକ୍ତି ଜଣକ ଯେ ସୁରକ୍ଷିତ, ତାହା ନିଶ୍ଚୟ କୌଣସି ଚମତ୍କାରଠାରୁ କମ୍ ନୁହେଁ।
/sambad/media/post_attachments/wp-content/uploads/2018/04/4B3DB30A00000578-0-image-a-12_1523955568980-1-300x178.jpg)
ବ୍ୟକ୍ତି ଜଣକ ହେଉଛନ୍ତି ଦକ୍ଷିଣ-ପୂବ ଚୀନର। ସେ ହଠାତ ନିଜ ପେଟରେ ଯନ୍ତ୍ରଣା ଅନୁଭବ କଲେ। ତାହା ସହ ବ୍ୟକ୍ତି ଜଣଙ୍କ ମୁହଁରୁ ରକ୍ତ ବାହାରିବାରୁ ସେ ଡାକ୍ତରଙ୍କୁ ଦେଖାଇବାକୁ ଗଲେ। ଡାକ୍ତରୀ ଚିକିତ୍ସା ପରେ ଜାଣିବାକୁ ମିଳିଲା ଯେ ତାଙ୍କ ପେଟରେ ଦୀର୍ଘ ୨୦ ବର୍ଷ ହେବ ୩.୬ ଇଞ୍ଚ୍ର ଏକ ଲାଇଟର୍ ରହିଛି। ୧୦ ମିନିଟ୍ର ଅସ୍ତ୍ରୋପଚାର କରିବା ପରେ ଡାକ୍ତର ୪୦ ବର୍ଷିଅ ଏହି ବ୍ୟକ୍ତିିଙ୍କ ପେଟରୁ କଳା ରଂଗର ସେହି ପ୍ଲାଷ୍ଟିକ୍ ଲାଇଟର୍ଟିକୁ କାଢ଼ିବାରେ ସମର୍ଥ ହୋଇଛନ୍ତି। ସ୍ପଷ୍ଟ ଜାଣି ହେଉନଥିଲେ ବି ଅନୁମାନ କରାଯାଉଛି ଯେ ତାହା ଏକ ଲାଇଟର୍ ବୋଲି। ବ୍ୟକ୍ତି ଜଣକ ହସ୍ପିଟାଲ୍ କର୍ମଚାରୀଙ୍କୁ କହିଛନ୍ତି ଯେ ତାଙ୍କୁ ମନେ ହେଉଛି ୨୦ ବର୍ଷ ତଳେ ସେ ଏକ ଲାଇଟର୍ ଗିଳି ଦେଇଥିଲେ। ତାହା ଏଯାବତ୍ ତାଙ୍କ ପେଟରେ ରହିକି ଥିଲା। ବ୍ୟକ୍ତି ଜଣକ ଏବେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/4B3C9D6E00000578-0-The_patient_left_explained_to_Dr_Qiu_right_that_he_swallowed_the-a-15_1523955790597-1.jpg)