ମଲରେ ଲୁଚି ପାଠପଢ଼ୁଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ: ମଲକୁ ସାଧାରଣତଃ ଆମେ ବୁଲିବାକୁ ଯାଇଥାଉ। କିନ୍ତୁ ଜଣେ ବ୍ୟକ୍ତି ଯେ ମଲରେ କାହାକୁ କିଛି ନକହି ଘର କରି ରହିବା ଘଟଣା କେବେ କେହି ଶୁଣି ନଥିବେ। ନିକଟରେ ଗତ ୬ମାସ ଧରି ମଲ ଭିତ‌ରେ ଘର କରି ରହିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ଘଟଣାଟି ହେଉଛି ଏପରି,  ଜଣେ ଚୀନ ବ୍ୟକ୍ତି ଅତି ଚତୁରତାର ସହ ମଲର ସିଢ଼ି ତଳେ ଏକ ତମ୍ବୁ ଟାଣି ଗତ ୬ମାସ ହେବ ରହୁଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉକ୍ତ ବ୍ୟକ୍ତି ଜଣକ ତମ୍ବୁ ତଳେ ଟେବୁଲ୍, ଚେୟାର ଏବଂ କମ୍ପ୍ୟୁଟର ମଧ୍ୟ ରଖିଥିଲେ। କିଛିମାସ ପୂର୍ବେ ମଲର ଜଣେ ସୁରକ୍ଷାକର୍ମୀ ଏହି ତମ୍ବୁରେ ରହୁଥିବା ବ୍ୟକ୍ତିଙ୍କୁ ଦେଖି ଦେଇଥିଲେ।

 

ଏହି ସମୟରେ ବ୍ୟକ୍ତି ଜଣକ କହିଥିଲେ ତାଙ୍କୁ ପାଠପଢ଼ିବାର ଅଛି। ଏଥିପାଇଁ ସେ ଏକ ଶାନ୍ତି ସ୍ଥାନ ଖୋଜୁଥିଲେ। ଏଭଳି ସମୟରେ ମଲର ସିଢ଼ି ତଳକୁ ସେ ଉତ୍ତମ ସ୍ଥାନ ଭାବି ରହି ଯାଇଥିଲେ। ବ୍ୟକ୍ତିଙ୍କ ଠାରୁ ଏଭଳି କଥା ଶୁଣିବା ପ‌ରେ ସୁରକ୍ଷାକର୍ମୀ କିଛି ନକହି ତାଙ୍କୁ ରହିବାକୁ ଅନୁମତି ଦେଇଥିଲେ।

ଏହାପରେ ଉକ୍ତ ବ୍ୟକ୍ତି ଜଣକ ଭାବିଥିଲେ ବୋଧ ହୁଏ ତାଙ୍କୁ ଏଠାରେ ରହିବାରେ କୌଣସି ସମସ୍ୟା ହେବନାହିଁ। ଏଭଳି ସମୟରେ ମଲର ଅନ୍ୟ ଜଣେ ସୁରକ୍ଷାକର୍ମୀ ଏହି ବ୍ୟକ୍ତିଙ୍କୁ ଦେଖିବା ପରେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୁଲିସ ଅକ୍ଟୋବର ୩୦ରେ ତାଙ୍କୁ ଗିରଫ କରି ନେଇଥିଲା।

ସମ୍ବନ୍ଧିତ ଖବର