ପାଙ୍ଗୋଙ୍ଗ୍‌ ସୋ ହ୍ରଦରେ ପାଟ୍ରୋଲିଙ୍ଗ୍‌ ପାଇଁ ଚୀନ୍‌ ସେନା ମୁତୟନ କଲା ଦ୍ରୁତଗାମୀ ସାମରିକ ବୋଟ୍‌

ନୂଆଦିଲ୍ଲୀ: ସୀମାନ୍ତ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଲଦାଖ ଅନ୍ତର୍ଗତ ପାଙ୍ଗଙ୍ଗ୍‌ ସୋ ହ୍ରଦରେ ଚୀନ୍‌ର ପିପଲ୍‌ସ୍‌ ଲିବରେସନ୍‌ ଆର୍ମି ଦ୍ରୁତଗାମୀ ପାଟ୍ରୋଲିଙ୍ଗ୍‌ ବୋଟ୍‌ ମୁତୟନ କରିଛି। ସର୍ବଶେଷ ଗୁଇନ୍ଦା ସୂଚନା ଅନୁସାରେ, ପାଙ୍ଗଙ୍ଗ୍‌ ସୋରେ ଝୋଙ୍ଗ୍‌ ଦୁଇ ବୋଲି କୁହାଯାଉଥିବା ଏକ ପ୍ରକାର ସ୍ୱତନ୍ତ୍ର ଜଳତରୀ ପହରା ଦେଉଛି।

ପିଏଲ୍‌ଏର ସ୍ୱତନ୍ତ୍ର ସାମରିକ ତରୀ ହେଉଛି ମାଉଣ୍ଟେନ୍‌ ଟପ୍‌ ନେସ୍‌ନାଲ୍‌ ଗେଟ୍‌ ଫ୍ଲିଟ୍‌ର ଅଂଶବିଶେଷ। ଏଗୁଡ଼ିକ ଉଚ୍ଚ ବୈଷୟିକ ଦିଗବାରେଣୀ ଏବଂ ଯୋଗାଯୋଗ ଯନ୍ତ୍ରପାତି ବୋହି ନେବାକୁ ସମର୍ଥ। ଏହି ଦ୍ରୁତଗାମୀ ଡିଙ୍ଗିରେ ଥରକେ ୫ ରୁ ୭ ଜଣ ସୈନିକ ଯାଇ ପାରିବେ।

ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି: ସ୍ୱତନ୍ତ୍ର ସାମରିକ ତରୀ ସହାୟତାରେ ପିଏଲ୍‌ଏ ଅଧିକ ବେଗରେ ଯାତାୟାତ କରିପାରିବ ଏବଂ ଭବିଷ୍ୟତରେ ଯଦି କୌଣସି ଉତ୍ତେଜନାମୟ ପରିସ୍ଥିତି ଉପୁଜେ ତେବେ ତୁରନ୍ତ ସେମାନେ ତାହାର ମୁକାବିଲା କରି ପାରିବେ। ପାଙ୍ଗୋଙ୍ଗ୍‌ ସୋ ହ୍ରଦ ଅଞ୍ଚଳରେ ପାଟ୍ରୋଲିଙ୍ଗ୍‌ ଏବଂ ପହରାର ପ୍ରଭାବକୁ ଆମେ ବିଶ୍ଳେଷଣ କରୁଛୁ।

ସମ୍ବନ୍ଧିତ ଖବର