ବେଜିଙ୍ଗ: ମଙ୍ଗଳବାର ଦିନ ଥିମ୍ପୁ ଗସ୍ତ ଅବସରରେ ଚୀନ୍ର ଉପ ବୈଦେଶିକ ମନ୍ତ୍ରୀ କୋଙ୍ଗ୍ ଜୁଆନ୍ୟୁ ଭୁଟାନୀୟ ଅଧିକାରୀମାନଙ୍କ ସହ ଡୋକଲାମ ପ୍ରସଙ୍ଗ ଆଲୋଚନା କରିଛନ୍ତି ବୋଲି ବିଶ୍ୱାସ କରାଯାଉଛି। କୂଟନୈତିକ ବ୍ୟାପାରରେ ସ୍ତରର ଗୁରୁତ୍ୱକୁ ଉପେକ୍ଷା କରି ତାଙ୍କୁ ଭୁଟାନର ରାଜା ଓ ପୂର୍ବତନ ରାଜଙ୍କ ଗହଣରେ ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।
ଭରତ ସହ ସୀମାରେଖା ପ୍ରସଙ୍ଗ ଆଲୋଚନା କରାଯାଇଛି ବୋଲି ଚୀନ୍ ବୈଦେଶିକ ମନ୍ତ୍ରାଳୟ ନିଶ୍ଚିତ କରି କହିଛି। ମଙ୍ଗଳବାର ଦିନ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଗେଙ୍ଗ୍ ଶୁଆଙ୍ଗ୍ କହିଛନ୍ତି: ଦୁଇ ପକ୍ଷ ଚୀନ୍ ଓ ଭୁଟାନ୍ ରାଜିନାମା ଓ ସୀମାରେଖା ଉପରେ ମତ ଆଦାନ ପ୍ରଦାନ କରିବା ସହ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ଗତବର୍ଷ ଡୋକଲାମ ଠାରେ ଚୀନ୍ ସୈନିକଙ୍କ ସହ ହୋଇଥିବା ଅଚଳାବସ୍ଥା ସମୟରେ ଭାରତ ଓ ଭୁଟାନ ଏକତ୍ର କାର୍ଯ୍ୟ କରିଥିବାରୁ ଚୀନ୍ର ବିବୃତି ଗୁରୁତ୍ୱ ବହନ କରୁଛି। ଏଥିଯୋଗୁଁ ଚୀନ୍-ଭୁଟାନ୍ ସୀମାନ୍ତ ଆଲୋଚନା ବାତିଲ ହୋଇଥିଲା। କିନ୍ତୁ, ଏ ବର୍ଷ କୌଣସି ଏକ ସମୟରେ ଉଭୟ ଆଲୋଚନା କରି ପାରନ୍ତି।
ଡୋକଲାମ୍ ଏବଂ ସେ ଭଳି ସୀମାନ୍ତ ବିବାଦ ଉପୁଜିଥିବା କେତେକ ସ୍ଥାନ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ଭୁଟାନ ଓ ଚୀନ୍ ମଧ୍ୟରେ ଔପଚାରିକ କୂଟନୈତିକ ସମ୍ପର୍କ ନାହିଁ କି, କାହାରି କାହା ଦେଶରେ ଦୂତାବାସ ନାହିଁ। ଚୀନ୍ ଥିମ୍ପୁ ଠାରେ ନିଜର ଅଭିଯାନ ପ୍ରତିଷ୍ଠା କରିବାକୁ ଆଗ୍ରହୀ ଥିବାରୁ ଏ ଭଳି ପରିସ୍ଥିତି ବଦଳି ଯିବା ଭଳି ଲାଗୁଛି।
ନିକଟରେ ରାଓ୍ଵାଣ୍ଡା ଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କ ଆଲୋଚନା ପ୍ରସଙ୍ଗରେ ଗେଙ୍ଗ୍ କହିଲେ କି, ଉଭୟ ଭାରତ ଓ ଚୀନ୍ ଏକତ୍ର ଆଫ୍ରିକାରେ କାମ କରି ପାରିବେ। ଉହାନ୍ ଚୁକ୍ତିର ପ୍ରେରଣାରେ ଉଭୟ ନେତା ଏମିତି କରୁଛନ୍ତି।