ନୂଆଦିଲ୍ଲୀ: ‘ଚାଇନିଜ୍ କମ୍ୟୁନିଷ୍ଟ୍ ପାର୍ଟି’ (ସିସିପି) ସରକାରଙ୍କ ନିର୍ଯାତନାରୁ ବର୍ତ୍ତିବା ଲାଗି ଚୀନରେ ବସବାସ କରୁଥିବା ମୁସଲମାନମାନେ ବାଧ୍ୟ ହୋଇ ପବିତ୍ର କୋରାନ୍କୁ ନଦୀରେ ଭସାଇ ଦେଉଛନ୍ତି ବୋଲି ‘ରେଡିଓ ଫ୍ରି ଏସିଆ’ ଏକ ରିପୋର୍ଟ ପ୍ରସାରଣ କରିଛି।
ନିକଟ ଅତୀତରେ ଘଟଣାଟି ଅଲ୍ମାଟିର ପାନ୍ଫିଲୋଭ୍ ଜିଲ୍ଲା ଅନ୍ତର୍ଗତ ଐଦାର୍ଲି ଗ୍ରାମରେ ଘଟିଛି। ସେଠାରେ କେତେଜଣ ମୁସଲମାନ ସେମାନଙ୍କ କୋରାନ୍ ପୁସ୍ତକ ଇଲିନଦୀରେ ଭସାଇ ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଏଭଳି କଥା ଚୀନ୍ରେ ଗୋଟାଏ ମାମୁଲି ଘଟଣା ପାଲଟି ଗଲାଣି। ନିକଟରେ ଖୋର୍ଗାସ୍ନଦୀରେ ମଧ୍ୟ ଏହି ପ୍ରକାର ଘଟଣା ଘଟିଥିଲା।
Image Courtesy of New York Postଏହି ପବିତ୍ର ପୁସ୍ତକକୁ ‘ସିସିପି’ର ଅମର୍ଯ୍ୟାଦାରୁ ରକ୍ଷା କରିବା ଏବଂ ଏହାକୁ ରଖିଥିବାରୁ ନିଜେ ନିର୍ଯାତନା ପାଇବାରୁ ବର୍ତ୍ତିବା ଲାଗି ଝିନ୍ଜିଆଙ୍ଗ୍ ପ୍ରଦେଶର ମୁସଲମାନମାନେ ଏଭଳି କରୁଛନ୍ତି। ସେମାନେ କୋରାନ୍କୁ ପ୍ଲାଷ୍ଟିକ୍ ଜରିରେ ଗୁଡ଼ାଇ କାଜାଖସ୍ତାନ ଆଡ଼କୁ ପ୍ରବାହିତ ହେଉଥିବା ନଦୀମାନଙ୍କରେ ଭସାଇ ଦେଉଛନ୍ତି।
ସେମାନଙ୍କର ବିଶ୍ବାସ ଏଭଳି କରିବା ଦ୍ବାରା ସେମାନେ କେବଳ ନିଜକୁ ବଞ୍ଚାଉ ନାହାନ୍ତି, ଏହି ପୁସ୍ତକର ପବିତ୍ରତାକୁ ଜୀବନ୍ତ ରଖିବା ସହ ଧାର୍ମିକ ବାଣୀଗୁଡ଼ିକୁ ମଧ୍ୟ ରକ୍ଷା କରୁଛନ୍ତି।
ଗତ କିଛି ବର୍ଷ ହେବ, ବିଶେଷକରି ଜିନ୍ପିଙ୍ଗ୍ କ୍ଷମତାକୁ ଆସିବା ପରେ ଏ ଭଳି ଅନେକ ଘଟଣା ଘଟୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/muslims-china.jpg)