ନିଜର ନୌସେନା ଶକ୍ତିକୁ ଦ୍ରୁତ ଗତିରେ ବଢାଉଛି ଚୀନ, ଗୋଟିଏ ଦିନରେ ୨ଟି ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଜାହାଜ ଉନ୍ମୋଚନ କଲା

ବେଜିଂ : ଚୀନ ନିଜର ନୌସେନା ଶକ୍ତିକୁ ଅତି ଦ୍ରୁତ ଗତିରେ ବଢାଇଚାଲିଛି । ନିକଟରେ ଚୀନ ୨ଟି ନୂଆ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ସିପ୍‌ ନିଜର ନୌସେନାର ସାମିଲ କରିଛି । ଏହି ୨ଟିକୁ ମିଶାଇଲେ ଚୀନର ମୋଟ ମିସାଇଲ ଡେଷ୍ଟ୍ରୟର ଜାହାଜ ସଂଖ୍ୟା ୨୦ରେ ପହଞ୍ଚିଛି । ଗତ ଶୁକ୍ରବାର ଦିନ ଚୀନର ଉପକୂଳବର୍ତ୍ତି ସହର ଡାଲିଆନରେ ଏହି ଦୁଇଟି ଟାଇପ ୦୫୨ଡି ମିସାଇଲ ଡେଷ୍ଟ୍ରୟରର ଉଦଘାଟନ କରାଯାଇଥିବା ଚୀନ ସରକାରୀ ନିୟନ୍ତ୍ରିତ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ କହିଛି । ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଗୁଡ଼ିକ ସାଧାରଣତଃ ଏକ ସ୍ୱତନ୍ତ୍ର ପ୍ରକାରର ଯୁଦ୍ଧ ଜାହଜ ଯେଉଁଗୁଡ଼ିକରୁ ଗାଇଡେଡ ମିସାଇଲ ପ୍ରକ୍ଷେପଣ କରିହେବ । ବିମାନବାହୀ ଯୁଦ୍ଧପୋତଗୁଡ଼ିକର ସୁରକ୍ଷା ପାଇଁ ଏଗୁଡ଼ିକ ନିଯୋଜିତ ଥାଆନ୍ତି ।
ଚୀନର ନୌସେନା ବିଶ୍ୱର ଏବେ ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ନୌସେନା । ଗତ ମାସରେ ଚୀନ ନୌସେନା ନିଜର ପ୍ରତିଷ୍ଠାର ୭୦ ତମ ବାର୍ଷିକି ପାଳନ କରିଛି । ଏଥିରେ ଭାରତର ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଆଇଏନଏସ କୋଲକତା ଭାଗ ନେଇଥିଲା ।

ସମ୍ବନ୍ଧିତ ଖବର