ଚୀନର ଏହି ରାଡାର ସମଗ୍ର ଭାରତର ଆକାରଠାରୁ ବଡ଼ ଅଞ୍ଚଳ ଉପରେ ପ୍ରହରା ଦେଇପାରିବ

ବେଜିଂ : ମିଲିଟାରୀ ଟେକନଲୋଜୀ କ୍ଷେତ୍ରରେ ଚୀନ ଧୀରେ ଧୀରେ ସମଗ୍ର ବିଶ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛି । ଯୁଦ୍ଧ ବିମାନଠାରୁ ଆରମ୍ଭ କରି ବିମାନବାହୀ ଯୁଦ୍ଧପୋତ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଚୀନ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି । ଏବେ ଚୀନ ଏପରି ଏକ କମ୍ପାକ୍ଟ ରାଡାରର ବିକାଶ କରିଛି ଯାହାକି ବେଶ ଶକ୍ତିଶାଳୀ ।

ଏହା ଏତେ ଶକ୍ତିଶାଳୀ ଯେ ଭାରତ ଭୁଖଣ୍ଡ ଆକାରର ଅଞ୍ଚଳ ଉପରେ ପ୍ରହରା ଦେଇପାରିବ । ଏତେ ଦୂରରୁ ଆସୁଥିବା ଶତ୍ରୁପକ୍ଷର ଜାହଜ, ବିମାନ, କ୍ଷେପଣାସ୍ତ୍ର ଆଦିକୁ ଠାବ କରିପାରିବ । ଏହା ମଧ୍ୟ ବର୍ତ୍ତମାନ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଡାରମାନଙ୍କ ତୁଳନାରେ ଆଗୁଆ ସଂକେତ ଦେଇପାରିବ । ଏହାକୁ ଓଭର ଦ ହରାଇଜନ ପ୍ରୋଗ୍ରାମ ( ଓଟିଏଚ) କୁହାଯାଉଛି ।

ଏହାକୁ ଚାଇନିଜ ଏକାଡେମୀ ଅଫ ସାଇନ୍ସ ଓ ଚାଇନିଜ ଏକାଡେମୀ ଅଫ ଇଂଜିନିୟରିଂର ବୈଜ୍ଞନିକ ଲିଉ ୟଙ୍ଗଟାନ ବିକଶିତ କରିଛନ୍ତି । ଏଥିପାଇଁ ନିକଟରେ ଚୀନ ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ସମ୍ବନ୍ଧିତ ଖବର