ଅରୁଣାଚଳପ୍ରଦେଶରୁ ମିଳିଲା ଚୀନର ବିରଳ ପ୍ରଜାତିର ବେଙ୍ଗ

ଇଟାନଗର: ଜୁଓଲଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)ର ଏକ ଜୀବ ବିଜ୍ଞାନୀ ଦଳ ଅରୁଣାଚଳପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଚୀନର ତିବତ୍‌ ଅଞ୍ଚଳର ଏକ ବେଙ୍ଗ ପ୍ରଜାତିକୁ ଚିହ୍ନଟ କରିଛନ୍ତି। ଏହି ବିରଳ ପ୍ରଜାତିର ବେଙ୍ଗକୁ ସମୁଦ୍ର ସ୍ତରର ୨୮୪୪ ମିଟର୍‌ ଉଚ୍ଚରେ ଦେଖିବାକୁ ମିଳିଥିଲା।

ଏହି ପ୍ରଜାତିର ବେଙ୍ଗକୁ ପ୍ରଥମେ ୧୯୮୧ ମସିହାରେ ତିବତ୍‌ ଅଞ୍ଚଳରୁ ଦେଖିବାକୁ ମିଳିଥିଲା। ୨୦୧୮ ମସିହାରେ ମଧ୍ୟ କିଛି ଗବେଷକ ଏହି ପ୍ରଜାତିର ବେଙ୍ଗକୁ ଅରୁଣାଚଳପ୍ରଦେଶରେ ଦେଖିବାକୁ ପାଇଥିଲେ ବୋଲି ସୂଚନା ରହିଛି।

ନିକଟରେ ବେଙ୍ଗଟିକୁ ଚିହ୍ନଟ କରିଥିବା ୪ ଜଣିଆ ଗବେଷକ ଦଳ ମଧ୍ୟରୁ ଜଣେ ଗବେଷକ ଭାସ୍କର ସାଇକିଆ କୁହନ୍ତୁ, ‘ଏହି ପ୍ରଜାତିର ବେଙ୍ଗକୁ ଆମେ ପ୍ରଥମେ ଚଳିତବର୍ଷ ମାର୍ଚ ମାସରେ ଦେଖିବାକୁ ପାଇଥିଲୁ। ସ୍ପଷ୍ଟ ହେବା ପାଇଁ ଆହୁରି ଗବେଷଣା ଚଳାଇଲୁ ଏବଂ ଶେଷରେ ଏହି ବିରଳ ପ୍ରଜାତିର ବେଙ୍ଗ ଏଠାରେ ଥିବା କଥା ଜାଣିବାକୁ ମିଳିଛି।’।

ଏକ ଘରୋଇ ପାଣି ଟାଙ୍କି ଭିତରୁ ପ୍ରଥମେ ଏହି ବେଙ୍ଗକୁ ଦେଖିବାକୁ ମିଳିଥିଲା। ପ୍ରଥମେ ତିବତ୍‌ରେ ଦେଖିବାକୁ ମିଳିଥିବା ଏହି ବେଙ୍ଗଟିକୁ ୨୦୧୩ ମସିହାରେ ଭୁଟାନର ହା ଜିଲ୍ଲାରେ ଦେଖିବାକୁ ମିଳିଥିଲା। ବେଙ୍ଗଟିର ଆକୃତି ହାରାହାରି ୫ ସେମି ହେବ।

ସମ୍ବନ୍ଧିତ ଖବର