ତାଇଓ୍ଵାନ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତାଇଓ୍ଵାନ ସରକାର କହିଛନ୍ତି ଯେ ଚୀନ୍ ତାଇୱାନ ଉପରେ କ୍ରମାଗତ ଭାବେ ନିଜର ହସ୍ତକ୍ଷେପ ବଢ଼ାଇଚାଲିଛି ।

Advertisment

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଏନଡି) ସୂଚନା ଦେଇଛି ଯେ ସୋମବାର ଏବଂ ମଙ୍ଗଳବାର ତାଇୱାନ ସୀମାକୁ ୮ଟି ସାମରିକ ବିମାନ ଏବଂ ୫ଟି ନୌସେନା ଜାହାଜ ପଠାଇଥିଲା ଚୀନ । ଚୀନର ଏସବୁ  ବିମାନ ଓ ଜାହାଜ ଉପରେ ନଜର ରଖିବା ପାଇଁ ତାଇୱାନ ମଧ୍ୟ ନିଜର ଲଢୁଆ ବିମାନ ଏବଂ ନୌସେନା ଜାହାଜ ପଠାଇଛି । ଏହାବ୍ୟତୀତ ତାଇୱାନ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ମଧ୍ୟ ମୁତୟନ କରିଛି ।

ସୋମବାର (ଡିସେମ୍ବର ୨୫) ରାତି ସାଢ଼େ ୧୦ଟାରେ କେଲୁଙ୍ଗଠାରୁ ପ୍ରାୟ ୧୨୨ କିଲୋମିଟର ଉତ୍ତର-ପଶ୍ଚିମରେ ପ୍ରାୟ ୭୯୦୦ ମିଟର ଉଚ୍ଚତାରେ ତାଇଓ୍ଵାନ୍ ଷ୍ଟ୍ରେଟ୍ ମିଡ୍ ଲାଇନ୍ ଅତିକ୍ରମ କରୁଥିବା ଏକ ଚାଇନିଜ୍ ବେଲୁନ୍ କୁ ଏମ୍ଏନଡି ଟ୍ରାକ୍ କରିଥିଲା। ସେପ୍ଟେମ୍ବର ୨୫ ତାରିଖ ମଧ୍ୟରାତ୍ରିରେ ବେଲୁନଟି ପୂର୍ବ ଦିଗକୁ ଗତି କରି ଅଦୃଶ୍ୟ ହୋଇଯାଇଥିଲା ବୋଲି ଏମଏନଡି କହିଛି।

ଏଗୁଡ଼ିକୁ ମାଶାଇ ଚଳିତ ମାସରେ ଚୀନ୍ ତାଇୱାନକୁ ୨୩୦ଟି ସାମରିକ ବିମାନ ଓ ୧୪୨ଟି ନୌସେନା ଜାହାଜ ପଠାଇଛି। ତାଇଓ୍ଵାନ ନିକଟରେ ଚୀନ୍ ସେନାର ବଢ଼ୁଥିବା କାର୍ଯ୍ୟକଳାପକୁ ନେଇ ଚିନ୍ତା ବଢିଚାଲିଛି । କିନ୍ତୁ ଚୀନ୍ ଯୁଦ୍ଧରେ ଆରମ୍ଭ କରିବାର ସମ୍ଭାବନା କମ୍ ବୋଲି କୁହାଯାଉଛି। ଅର୍ଥନୀତି ଉପରେ ବୈଦେଶିକ ନୀତିର ବହୁତ ପ୍ରଭାବ ରହିଛି। ତେଣୁ ଚୀନ୍ ପାଶ୍ଚାତ୍ୟ ଦେଶଗୁଡ଼ିକର କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବାକୁ ଚାହୁଁଛି।