ଭାରତ ମହାସାଗରରେ ପ୍ରବେଶ କଲା ଚୀନର ଆଉ ଏକ ଗୁପ୍ତଚର ଜାହାଜ, ନୂଆଦିଲ୍ଲୀର ମୁଣ୍ଡବ୍ୟଥା

ନୂଆଦିଲ୍ଲୀ : ଚୀନର ଆଉ ଏକ ଗୁପ୍ତଚର ଜାହାଜ ଭାରତ ମହାସାଗରରେ ପ୍ରବେଶ କରିସାରିଛି । ଫଳରେ ପୁଣି ଥରେ ଭାରତ ସରକାରଙ୍କ ମୁଣ୍ଡବ୍ୟଥା ଆରମ୍ଭ ହୋଇଯାଇଛି ।

ଉଆନ ଓ୍ବାଙ୍ଗ-୬ ନାମକ ଏହି ଜାହାଜ ଏବେ ଇଣ୍ଡୋନେସିଆର ବାଲି ନିକଟରେ ଭାରତ ମହାସାଗର ନିକଟରେ ରହିଛି । ଏହି ଜାହାଜର ଗତିବିଧି ଉପରେ ଭାରତୀୟ ନୌସେନା ତୀକ୍ଷଣ ନଜର ରଖିଛି । ଚୀନ ଏହାକୁ ଗବେଷଣା ଜାହାଜ କହୁଥିବାବେଳେ ଏହା ଏକ ଗୁପ୍ତଚର ଜାହାଜ ବୋଲି ଭାରତ ମନେକରୁଛି ।

ଭାରତ ପକ୍ଷରୁ ନିକଟରେ କେତେକ କ୍ଷେପଣାସ୍ତ୍ର  ପରୀକ୍ଷଣ କରାଯାଇଥିବାବେଳେ ସେଗୁଡ଼ିକ ଉପରେ ଏହି ଜାହାଜ ନଜର ରଖିପାରିବ ବୋଲି କେତେକ ବିଶେଷଜ୍ଞ କହିଛନ୍ତି ।

ଗତ ଅଗଷ୍ଟ ମାସରେ ଶ୍ରୀଲଙ୍କା ଆସିଥିବା ଚୀନର ଉଆନ ଓ୍ବାଙ୍ଗ-୫ ଗୁପ୍ତଚର ଜାହାଜ ଭାରତ ପାଇଁ ଚିନ୍ତାର କାରଣ ହୋଇଥିଲା । ଭାରତ ପାଇଁ ଗଭୀର ଅଶ୍ବସ୍ତିର କାରଣ ହୋଇଥିବା ଏହି ଜାହାଜ ଅଗଷ୍ଟ ୧୬ ତାରିଖରେ ହାମ୍ବନଟୋଟାରେ ପ୍ରବେଶ କରିଥିଲା ଓ ୬ ଦିନ ରହିବା ପରେ ଅଗଷ୍ଟ ୨୨ରେ ବିଦାୟ ନେଇଥିଲା । କେବଳ ଭାରତ ନୁହେଁ, ଶ୍ରୀଲଙ୍କା ପାଇଁ ମଧ୍ୟ ଏହା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା ।

ଏହି ଜାହାଜକୁ ନେଇ ଭାରତ ଚିନ୍ତିତ ହୋଇପଡ଼ିଥିଲା । ଭାରତ ପକ୍ଷରୁ ଦାବି କରାଯାଇଥିଲା ଯେ ଏହା କେବଳ ଏକ ଗବେଷଣା ଜାହାଜ ନୁହେଁ, ବରଂ ଏକ ମିଲିଟାରୀ ଗୁପ୍ତଚର ଜାହାଜ । ଶ୍ରୀଲଙ୍କା ବନ୍ଦରରେ ଥାଇ ଏହି ଜାହାଜ ସମଗ୍ର ଦକ୍ଷିଣ ଭାରତ ଉପରେ ନିଜର ରଖୁଥିଲା ବୋଲି ଭାରତ ସଂଦେହ କରୁଥିଲା ।

ସମ୍ବନ୍ଧିତ ଖବର