ପୃଥିବୀ ଆଡ଼କୁ ମାଡ଼ିଆସୁଛି ଚୀନ ଦ୍ବାରା ସୃଷ୍ଟ ଆଉ ଏକ ବିପଦ

ଶନିବାର କିମ୍ବା ରବିବାର ପୃଥିବୀରେ ମାଡ଼ ହୋଇପାରେ ନିୟନ୍ତ୍ରଣବାହାରକୁ ଚାଲିଯ଼ାଇଥିବା ଚୀନା ରକେଟ୍ 

ନ୍ୟୁୟର୍କ : ଚୀନ ଦ୍ବାରା ଛଡ଼ାଯ଼ାଇଥିବା କରୋନା ଭାଇରସ ଯ଼ୋଗୁଁ ସମଗ୍ର ବିଶ୍ବ ଏପର୍ୟ଼୍ୟନ୍ତ ନାହିଁ ନଥିବା ସଂକଟର ସମ୍ମୁଖୀନ ହୋଇଚାଲିଛି । ସେପଟେ ଚୀନ ଦ୍ବାରା ସୃଷ୍ଟ ଆଉ ଏକ ସଂକଟ ପୃଥିବୀ ଆଡ଼କୁ ମାଡ଼ିଆସୁଛି ।

ଚୀନ ଦ୍ବାରା ମହାକାଶକୁ ଛଡ଼ାଯ଼ାଇଥିବା ଏକ ୧୦ ମହଲା କୋଠା ଉଚ୍ଚତାର ଓ ୨୩ ଟନ ଓଜନର ରକେଟ ନିୟନ୍ତ୍ରଣ ବାହାରକୁ ଚାଲିଯ଼ାଇଛି । ଏବେ ଏହି ରକେଟ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡ଼ିଆସୁଛି । ଏହି ରକେଟ ଶନିବାର କିମ୍ବା ରବିବାର ପୃଥିବୀପୃଷ୍ଠରେ ମାଡ଼ ହୋଇପାରେ । ତେବେ ଏହା ସମୁଦ୍ରରେ ପଡ଼ିବ କିମ୍ବା ଜନବସତି ଉପରେ ପଡିବ ସେ ନେଇ ବୈଜ୍ଞାନିକମାନେ କିଛି କହିପାରୁନାହାନ୍ତି ।

ଅବଶ୍ୟ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏହି ରକେଟର ଅଧିକାଂଶ ଅଂଶ ଜଳିଯ଼ିବାର ସମ୍ଭାବନା ରହିଛି । କିନ୍ତୁ ଭୂପୃଷ୍ଠରେ ପହଞ୍ଚିବାବେଳକୁ ଏହାର କିଛି ଅଂଶ ରହିଯ଼ିବାର ଆଶଙ୍କା ରହିଛି  । ଏହି ଅବଶିଷ୍ଟ ଅଂଶ ବି ବ୍ୟାପକ କ୍ଷତି କରିବାର ଆଶଙ୍କା ରହିଛି ।

ଚୀନର ନୂଆ ମହାକାଶ କେନ୍ଦ୍ରରୁ ଲଙ୍ଗ୍ ମାର୍ଚ୍ଚ ୫ବି ନାମକ ଏହି ରକେଟକୁ ଗତ ସପ୍ତାହରେ ଉତକ୍ଷେପଣ କରାଯ଼ାଇଥିଲା । ତେବେ ଉତକ୍ଷେପଣର କିଛି ଘଣ୍ଟା ପରେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯ଼ାଇଥିଲା । ଚିନ ବୈଜ୍ଞାନିକମାନଙ୍କ ଅବହେଳା ପାଇଁ ଏକ ବିପଦ ମାଡ଼ିଆସୁଛି ବୋଲି କେମ୍ବ୍ରିଜର ମହାକାଶବିଜ୍ଞାନୀ ଜୋନାଥନ ମାକଡାଓ୍ବେଲ କହିଛନ୍ତି ।

ସମ୍ବନ୍ଧିତ ଖବର