ଏଇ ସପ୍ତାହ ଶେଷକୁ ପୃଥିବୀ ପୃଷ୍ଠକୁ ଖସି ପଡ଼ିବ ଚୀନ୍‌ର ସ୍ପେସ୍‌ ଷ୍ଟେସନ୍‌

ନୂଆଦିଲ୍ଲୀ: ଶୁକ୍ରବାର ଏବଂ ସୋମବାର ମଧ୍ୟରେ ଚୀନ୍‌ର ଟିଆଙ୍ଗୋଙ୍ଗ୍‌-୧ ସ୍ପେସ୍‌ ଲାବ୍‌ ପୃଥିବୀ ପୃଷ୍ଠକୁ ଖସି ପଡ଼ିବ। ଫଳରେ ଏହାର ଭଗ୍ନାଂଶ ହଜାର ହଜାର ବର୍ଗ କିଲୋମିଟର୍‌ ବ୍ୟାପୀ ପଡ଼ିଲେ ମଧ୍ୟ ଜନଜୀବନ ଏଥିରେ କ୍ଷତିଗ୍ରସ୍ତ ହେବ ନାହିଁ ବୋଲି ଇଉରୋପୀୟ ସ୍ପେସ୍‌ ଏଜେନ୍‌ସି କହିଛି।

ଇଉରୋପୀୟ ସ୍ପେସ୍‌ ଏଜେନ୍‌ସି କହିଛି, ୩୪. ୧ ଫୁଟ୍‌ ବିଶିଷ୍ଟ ସ୍ପେସ୍‌ ଷ୍ଟେସନ୍‌ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରିବ। ଏହା ବ୍ରିଟେନ୍‌ର ଲଣ୍ଡନ ଏବଂ ନିଉଜିଲାଣ୍ଡ୍‌ର େଓ୍ଵଲିଙ୍ଗ୍‌ଟନ୍‌ ମଧ୍ୟରେ ଖସିବ।

ଚୀନ୍‌ର ପ୍ରଥମ ମହାକାଶ ଲାବ୍‌ ଟିଆଙ୍ଗୋଙ୍ଗ୍‌-୧ ଅର୍ଥାତ୍‌ ‘ମହାକାଶୀୟ ପ୍ରାସାଦ-୧’ ୨୦୧୧ରେ କକ୍ଷ ପଥରେ ଅବସ୍ଥାପିତ କରାଯାଇଥିଲା। ୨୦୧୬ ମାର୍ଚ ମାସରେ ଏହାର କାର୍ଯ୍ୟକାଳ ପୂରି ଯାଉଥିବାରୁ ପୃଥିବୀରୁ ଥାଇ ବୈଜ୍ଞାନିକମାନେ ଏହାକୁ ନିୟନ୍ତ୍ରଣ କରି ପାରିବେ ନାହିଁ ବୋଲି ମନେହେଉ ଥିଲା। ଜଣେ ଶୀର୍ଷସ୍ତରୀୟ ଚୀନ୍‌ ଇଞ୍ଜିନୟର୍‌ କହିଛନ୍ତି ଯେ ଏ ବର୍ଷ ପ୍ରାରମ୍ଭରେ କହିଥିଲେ କି, ଏହା ନିୟନ୍ତ୍ରଣ ବାହାରକୁ ଯାଇ ନାହିଁ କି, ନରାପତ୍ତା ପ୍ରତି ବିପଦ ନୁହେଁ।

୨୦୨୩ରେ ଏକ ସ୍ଥାୟୀ ସ୍ପେସ୍‌ ଷ୍ଟେସନ୍‌ କକ୍ଷ ପଥରେ ଅବସ୍ଥାନ କରାଇବାକୁ ଚୀନ ଲକ୍ଷ ରଖିଛି।

ସମ୍ବନ୍ଧିତ ଖବର