ବେଜିଙ୍ଗ୍‌: ଗୁରୁବାର ଦିନ ଚୀନ୍‌ର ଗୋଟିଏ ମହାକାଶଯାନ ସର୍ବ ପ୍ରଥମ କରି ଚନ୍ଦ୍ରର ଅପର ପାର୍ଶ୍ୱରେ ଅବତରଣ କରିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି।

Advertisment

ସକାଳ ପ୍ରାୟ ୧୦: ୨୬ ସମୟରେ ଲୁନାର୍‌ ଏକ୍ସପ୍ଲୋରର୍‌ ‘ଚାଙ୍ଗ୍‌’ଏ-ଫୋର୍‌’ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ବୋଲି ଚୀନ୍‌ର ସେଣ୍ଟ୍ରାଲ୍‌ ଟେଲିଭିଜନ୍‌ ସଂକ୍ଷିପ୍ତ ସମାଚାରରେ କହିଛି।

ଚନ୍ଦ୍ରର ଅପର ପାର୍ଶ୍ୱ ପୃଥିବୀ ପୃଷ୍ଠକୁ ଦେଖା ଯାଉ ନ ଥିବାରୁ ତାହା ଅନାବିଷ୍କୃତ ହୋଇ ରହିଛି। ଚନ୍ଦ୍ରର ସେ ପାର୍ଶ୍ୱକୁ ଅନ୍ଧକାର ପାର୍ଶ୍ୱ ବି କୁହାଯାଏ।
୧୯୭୬ ମସିହାରେ ସୋଭିଏତ୍‌ ୟୁନିୟନ୍‌ର ଲୁନା ୨୪ ଅବତରଣ କରିବା ପରେ ୨୦୧୩ରେ ପ୍ରଥମ କରି ଚନ୍ଦ୍ରାବତରଣ କରିଥିବା ମହାକାଶଯାନ ହେଉଛି ଚାଙ୍ଗ୍‌’ଏ-ଥ୍ରି।

publive-image

ଅଭିଯାନରେ ଏକ ରୋଭର୍‌ ନେଇ ଯାଇଥିବା ଚାଙ୍ଗ୍‌’ଏ-ଫୋର୍‌ ଲୋ ଫ୍ରିକ୍ୱେନ୍‌ସି ରେଡିଓ ଆଷ୍ଟ୍ରାନୋମିକାଲ ଅବ୍‌ଜର୍‌ଭେସନ୍‌ କରିବା ସହ ଚନ୍ଦ୍ରର ପଥୁରିଆ ଅଞ୍ଚଳର ଢାଞ୍ଚା ଓ ଖନିଜ ମିଶ୍ରଣ ଉପରେ ଅନୁଧ୍ୟାନ କରିବ।

ଦକ୍ଷିଣ ଚୀନ୍‌ର ଜିଚାଙ୍ଗ୍‌ ସାଟେଲାଇଟ୍‌ ଲଞ୍ଚ୍‌ ସେଣ୍ଟର୍‌ରୁ ଚାଙ୍ଗ୍‌’ଏ-ଫୋର୍‌କୁ ବହନ କରି ଲଙ୍ଗ୍‌ ମାର୍ଚ ଥ୍ରିବି ରକେଟ୍‌ ଡିସେମ୍ବର ୮ ତାରିଖ ଦିନ ଉତ୍‌କ୍ଷେପିତ ହୋଇଥିଲା।

ଆସନ୍ତା ବର୍ଷ ଚନ୍ଦ୍ରପୃଷ୍ଠକୁ ଚାଙ୍ଗ୍‌’ଏ-ଫାଇବ୍‌ ପ୍ରୋବ୍‌ ପଠାଇବାକୁ ଯୋଜନା କରୁଛି। ତାହା ନମୁନା ସଂଗ୍ରହ କରି ପୃଥିବୀକୁ ଫେରିବ।