ନୂଆଦିଲ୍ଲୀ: ଡିସେମ୍ବର ମାସର ଶେଷ ଭାଗରେ ରାସ୍ତା ନିର୍ମାଣ ମେସିନ୍ ସହ ଅରୁଣାଚଳ ପ୍ରଦେଶ ଅଞ୍ଚଳର ଭାରତୀୟ ସୀମାର ୨୦୦ ମିଟର୍ ଭିତରକୁ ଅନୁପ୍ରବେଶ କରିଥିଲେ ଚୀନ୍ ସେନା। ଭାରତୀୟ ସେନା ବାଧା ଦେବା ପୂର୍ବରୁ ସେମାନେ ଉପର ସିଆଙ୍ଗ୍ ଜିଲ୍ଲା ଅନ୍ତର୍ଗତ ଏକ ସୀମାନ୍ତ ଗ୍ରାମ ନିକଟରେ ପହଞ୍ଚି ଯାଇଥିଲେ ବୋଲି ସୀମାନ୍ତ ଅଞ୍ଚଳର ସ୍ଥାନୀୟ ଲୋକେ କହୁଛନ୍ତି।
ନିରାପତ୍ତା ପ୍ରତିଷ୍ଠାନର ଲୋକେ ମଧ୍ୟ ମଙ୍ଗଳବାର ଦିନ ଗଣମାଧ୍ୟମକୁ ଏହା ସତ୍ୟ ବୋଲି କହିଛନ୍ତି।
ଡୋକ୍ଲାମ୍ ଅଚଳାବସ୍ଥାର ଚାରି ମାସ ପରେ ଚୀନ୍ ପୁଣି ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ବର୍ଷର ଏ ସମୟରେ ଏକ ବିରଳ ଘଟଣା। ସାଧାରଣତଃ ଶୀତଋତୁରେ ଚୀନ୍ ସେନା ଭାରତୀୟ ସୀମାରେଖ ମଧ୍ୟକୁ ଅନୁପ୍ରବେଶ କରିନ୍ତି ନାହିଁ।
ନିରାପତ୍ତା ପ୍ରତିଷ୍ଠାନର ଜଣେ ବ୍ୟକ୍ତି କହନ୍ତି: ଏବେ କୌଣସି ବିବାଦ ନାହିଁ। ଚୀନ୍ ସେନା ଭାରତୀୟ ସୀମା ପଟେ କିଛି ରାସ୍ତା ନିର୍ମାଣ କଳକବ୍ଜା ଛାଡ଼ି ଯାଇଥିଲା।
ସିଆଙ୍ଗ୍ ନଦୀର ପୂର୍ବତଟରେ ଅବସ୍ଥିତ ବାଇସିଙ୍ଗ୍ ଗ୍ରାମରେ ଭାରତୀୟ ନିରପତ୍ତା ଅଧିକାରୀମାନେ ଚୀନ୍ ସେନାକୁ ବାଧା ଦେଇଥିଲେ ବୋଲି ସ୍ଥାନୀୟ ଅଧିବାସୀମାନେ କହନ୍ତି।
ସେମାନେ କହନ୍ତି: ଚୀନ୍ ସୈନିକମାନଙ୍କୁ ଭାରତୀୟ ସୈନିକମାନେ ସାମ୍ନା କରି ଦୁଇଟି ଏସ୍କାଭେଟର୍ ସମେତ ଅନ୍ୟାନ୍ୟ ରାସ୍ତା ନିର୍ମାଣ ଯନ୍ତ୍ରପାତି ଜବତ କରିଛନ୍ତି।
Image Courtesy of The Logical Indianପ୍ରାୟ ୧୦ ଦିନ ତଳେ ଏହି ଅନୁପ୍ରବେଶ ଘଟିଥିବା କଥା ଅନୁମାନ କରାଯାଉଛି। କିନ୍ତୁ ଉପର ସିଆଙ୍ଗ୍ର ଡେପୁଟି କମିସନର୍ ଦୁଲି କାମଦୁକ କହନ୍ତି: ତୁତିଙ୍ଗ୍ ସବ୍ଡିଭିଜନ୍ରେ ଥିବା ଆମର କର୍ମଚାରୀମାନେ ଚୀନ୍ ଅନୁପ୍ରବେଶ ସଙ୍କ୍ରାନ୍ତରେ କୌଣସି ରିପୋର୍ଟ କରି ନାହାନ୍ତି। ସଶସ୍ତ୍ର ବାହିନୀ ଠାରୁ ମଧ୍ୟ କୌଣସି ଖବର ମଳି ନାହିଁ।
ଘଟିଥିବା ଅନୁପ୍ରବେଶ ବିଷୟରେ ସେନାବାହିନୀର ମୁଖପାତ୍ର କୌଣସି ପ୍ରଶ୍ନର ଉତ୍ତର ଗଣମାଧ୍ୟମକୁ ଦେଇ ନାହାନ୍ତି। ଉତ୍ତରପୂର୍ବରେ ଥିବା ସେନା କର୍ମଚାରୀମାନେ ଅନୁପ୍ରବେଶ ସମ୍ବନ୍ଧରେ ଅସ୍ୱୀକାର କରି ନାହାନ୍ତି କି, ନିଶ୍ଚିତ କରି କିଛି କହି ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/chin-india.jpg)