ଇଣ୍ଟର୍‌ନେଟ୍‌ ମାଧ୍ୟମରେ ଚୁମ୍ବନ ଆଦାନପ୍ରଦାନ ଲାଗି ‘କିସିଙ୍ଗ୍‌ ଡିଭାଇସ୍‌’ ଉଦ୍ଭାବନ କଲା ଚୀନା ବିଶ୍ବବିଦ୍ୟାଳୟ: ରିପୋର୍ଟ

ଇଣ୍ଟର୍‌ନେଟ୍‌ ମାଧ୍ୟମରେ ଚୁମ୍ବନ ଆଦାନପ୍ରଦାନ ଲାଗି ‘କିସିଙ୍ଗ୍‌ ଡିଭାଇସ୍‌’ ଉଦ୍ଭାବନ କଲା ଚୀନା ବିଶ୍ବବିଦ୍ୟାଳୟ: ରିପୋର୍ଟ

Image Courtesy of WION

ନୂଆଦିଲ୍ଲୀ: ପରସ୍ପରଠାରୁ ଦୂରରେ ବାସ କରୁଥିବା ଦମ୍ପତିଙ୍କ ଲାଗି ଚୀନ୍‌ର ଗୋଟାଏ ବିଶ୍ବବିଦ୍ୟାଳୟ ‘କିସିଙ୍ଗ୍‌ ଡିଭାଇସ୍‌’ (ଚୁମ୍ବନ ଉପକରଣ) ଉଦ୍ଭାବନ କରିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ଏହି ‘ଡିଭାଇସ୍‌’ ପରସ୍ପରଠାରୁ ଦୂରାନ୍ତରେ ବାସ କରୁଥିବା ଦମ୍ପତିମାନଙ୍କୁ ‘ବାସ୍ତବ’ ଶାରୀରିକ ସ୍ପର୍ଶ ଦେଇପାରିବ ବୋଲି ବିଜ୍ଞାପନରେ ଉଲ୍ଲେଖ କରାଯାଇଛି।

‘ସିଏନ୍‌ଏନ୍‌’ ରିପୋର୍ଟ ଅନୁସାରେ, ଏହି ଉଦ୍ଭାବନକୁ ‘ପେଟେଣ୍ଟ୍‌’ କରିଛି ‘ସାଙ୍ଗ୍‌ଝୌ ‌ଭୋକେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେକାଟ୍ରୋନିକ୍‌ ଟେକ୍ନୋଲୋଜି’। ଏଥିରେ ଲାଗିଥିବା ‘ସିଲିକନ୍‌’ ଓଠରେ ‘ପ୍ରେସର୍‌ ସେନ୍‌ସର୍‌’ ଓ ‘ଆକ୍‌ଚୁଏଟର୍‌’। ଇଣ୍ଟର୍‌ନେଟ୍‌ ମାଧ୍ୟମରେ କାର୍ଯ୍ୟକ୍ଷମ ହେଉଥିବା ଏହି ‘କିସିଙ୍ଗ୍‌ ଡିଭାଇସ୍‌’ ପ୍ରକୃତ ଚୁମ୍ବନର ଅନୁଭବ ଦେଇ ପାରିବ। ମନେକରନ୍ତୁ ଜଣେ ବ୍ୟବହାରକାରୀ ଦୂରରେ ଥିବା ତାଙ୍କ ସଙ୍ଗୀଙ୍କୁ ଇଣ୍ଟର୍‌ନେଟ୍‌ ଜରିଆରେ ଏହି ‘ଡିଭାଇସ୍‌’ରେ ଚୁମ୍ବନ ଦେଲେ। ଯାହାଙ୍କ ପ୍ରତି ଚୁମ୍ବନ ଦିଆଗଲା ତାଙ୍କ ପାଖରେ ଥିବା ଏହି ଭଳି ଅନ୍ୟ ଏକ ଉପକରଣ ଆସିଥିବା ଚୁମ୍ବନର ଚାପ, ଗତି ଓ ଉଷ୍ମତାକୁ ଅବିକଳ ନକଲ କରିପାରିବ। ଏହାଛଡ଼ା, ଏହି ଉପକରଣ ଚୁମ୍ବନଦାତାଙ୍କ ଚୁମ୍ବନର ଗତି ଏବଂ ଧ୍ବନିକୁ ବି ପ୍ରସାରଣ କରି ଗ୍ରହୀତାଙ୍କ ପାଖକୁ ଆଣିପାରିବ।

publive-image Image Courtesy of Your Tango

ଏହି ‘ଡିଭାଇସ୍‌’କୁ ବ୍ୟବହାର କରିବା ଲାଗି ବ୍ୟବହାରକାରୀମାନଙ୍କୁ ଗୋଟାଏ ମୋବାଇଲ୍‌ ‘ଆପ୍‌’ ଡାଉନ୍‌ଲୋଡ୍‌ କରିବା ସହିତ ଉକ୍ତ ‘ଡିଭାଇସ୍‌’ଟିକୁ ମୋବାଇଲ୍‌ ଫୋନ୍‌ର ଚାର୍ଜିଙ୍ଗ୍‌ ପୋର୍ଟରେ ‘ପ୍ଲଗ୍‌’ (ଲଗାଇବା) କରିବାକୁ ପଡ଼ିବ। ଏହି ‘ଆପ୍‌’ ଜରିଆରେ ପାର୍ଟନର୍‌ମାନେ ପରସ୍ପର ସହିତ ସଂଯୋଗ ସ୍ଥାପନ କରିବା ପରେ ଭିଡିଓ କଲ୍‌ ଆରମ୍ଭ କରି ପରସ୍ପରକୁ ଚୁମ୍ବନ ଦେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe