ଚାଇନିଜ୍ ଟୀକା ନେଇ ଫସିଗଲେ ଚୀନ ଲୋକ

ବେଜିଂ : ନିଜର ଜନ୍ମସ୍ଥଳୀକୁ ପୁଣି ଫେରିଛି କରୋନା ଭୁତାଣୁ । ଚୀନରେ ଏବେ କରୋନା ମହାମାରୀର ପ୍ରକୋପ ବଢିଚାଲିଛି । ଚୀନ ସରକାରଙ୍କ କଠୋର କଟକଣା ସତ୍ତ୍ବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ।

ଏହାର ଏକ ମୁଖ୍ୟ କାରଣ ହେଲା ଚୀନ ଦ୍ବାରା ପ୍ରସ୍ତୁତ କରୋନା ଟୀକାର ବିଫଳତା । ଚୀନ ଲୋକମାନେ ଚୀନରେ ନିର୍ମିତ ଟୀକା ନେଇଥିଲେ ବି ତାହା କରୋନାକୁ ଅଟକାଇପାରିନାହିଁ । ଏପରିକି ଚୀନ ସରକାର ବି କହିଲେଣି ଯେ ଆଗକୁ କରୋନା ସଂକ୍ରମଣ ଆହୁରି ଦ୍ରୁତ ଗତିରେ ବଢିପାରେ ।

ଭାରତ ଦ୍ବାରା ପ୍ରସ୍ତୁତ ଟୀକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିଳମ୍ବରେ ସ୍ବୀକୃତି ଦେଇଥିବାବେଳେ ଚୀନ ପ୍ରସ୍ତୁତ ସିନୋଭାକକୁ ତରବରିଆ ଭାବେ ଅନୁମତି ପ୍ରଦାନ କରି ଦେଇଥିଲା । କିନ୍ତୁ ଭାରତୀୟ ଲୋକେ ଭାରତୀୟ ଟୀକା ନେଇ କରୋନାମୁକ୍ତ ହୋଇଥିବାବେଳେ ଚୀନ ଲୋକେ ଚାଇନିଜ ଟୀକା ନେଇ ଫସିଯାଇଛନ୍ତି ।

ହଂକଂ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ କରୋନା ଭୁତାଣୁ ବିରୋଧରେ ସିନୋଭାକ ମାତ୍ର 60 ପ୍ରତିଶତ ପ୍ରଭାବୀ । ବିଶ୍ବର ଅନ୍ୟ ପ୍ରମୁଖ ଟିକା ନେଇଥିବା ଲୋକମାନଙ୍କ ତୁଳନାରେ ଚୀନ ଟିକା ନେଇଥିବା ଲୋକମାନେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ସମ୍ଭାବନା ଅଧିକ ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି ।

ଅନ୍ୟପକ୍ଷରେ ଭାରତୀୟ ଟୀକା ନେଇଥିବା ନେଇଥିବା ଲୋକମାନେ ଏହାର ଦକ୍ଷତା ସଂପର୍କରେ ଅବଗତ ହୋଇସାରିଛନ୍ତି ।

 

ସମ୍ବନ୍ଧିତ ଖବର