ଅନ୍‌ଲାଇନ୍‌ ଅର୍ଡର କରିଥିଲେ ଖାଦ୍ୟ, ଡେଲିଭର ହେବା ପରେ ଖାଦ୍ୟ ପ୍ୟାକେଟ୍‌ରୁ ବାହାରିଲା ୪୦ଟି ମଲା ଅସରପା

ନୂଆଦିଲ୍ଲୀ: ଚୀନ୍‌ରେ ଜଣେ ମହିଳାଙ୍କ ସହ ଯାହା ଘଟିଛି, ତା’କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅନ୍‌ଲାଇନ୍‌ ଖାଇବା ଅର୍ଡର କରିବା ସମୟରେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ଲୋକମାନେ ହୋଇଥାନ୍ତି, ତା’ର ଝଲକ ଆମେ ଆପଣଙ୍କୁ ଅନେକ ଥର ଦେଖାଇ ସାରିଛୁ । ଖାଦ୍ୟରୁ ପୋକ ବାହାରିବା, ଫୋନ ଅର୍ଡର କଲେ ଇଟା ଆସିବା ଭଳି ଘଟଣା ଆଗରୁ ଘଟି ସାରିଥିବା ବେଳେ ଏବେ ଚୀନ୍‌ରେ ଜଣେ ମହିଳାଙ୍କ ସହ ଯାହା ଘଟିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Latestly

ସୂଚନା ମୁତାବକ, ଚୀନ୍‌ର ଜଣେ ମହିଳା ଫୁଡ୍‌ ଡେଲିଭରୀ ଆପ୍‌ରୁ ବତକ ମାଂସ ଅର୍ଡର କରିଥିଲେ । ଯାହା ଠିକ୍‌ ସମୟରେ ଡେଲିଭର ହୋଇଥିଲା । ଖାଦ୍ୟ ଡେଲିଭର ହେବା ପରେ ମହିଳା ତୁରନ୍ତ ଖାଇବା ବାଢ଼ିବା ପରେ ସେଥିରେ ମଲା ଅସରାପ ଦେଖିଥିଲେ । ଧୀରେ ଧୀରେ ଡେଲିଭର ହୋଇଥିବା ଖାଦ୍ୟରୁ ୪୦ଟି ମଲା ଅସରାପ ବାହାରିଥିଲା । ଏଥିରେ ରାଗିଯାଇ ଲୋକମାନଙ୍କୁ ସଚେତନ କରାଇବା ପାଇଁ ମହିଳାଜଣଙ୍କ ମଲା ଅସରାପାର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳାଜଣଙ୍କ ଫୁଡ୍‌ ଡେଲିଭରୀ କମ୍ପାନୀ ଏବଂ ରେସ୍ତୋରାଁ ବିରୋଧରେ ଅଭିଯୋଗ କରିଥିବା ବେଳେ କମ୍ପାନୀ ତରଫରୁ ମାମଲାର ତଦନ୍ତ କରାଯାଉଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର